କନକ ବ୍ୟୁରୋ : ସାଧାରଣତଃ ଗାଁ କଥା କହିଲେ ଆଖି ଆଗକୁ ଆସିଯାଏ, ଝାଟି ମାଟି ଘର ସାଙ୍ଗକୁ କାଦୁଅ ମାଟି ରାସ୍ତାର ଚିତ୍ର । ଦୈନନ୍ଦିନ ଜୀବନରେ ମୌଳିକ ସୁବିଧା ପାଇବା ପାଇଁ ସଂଘର୍ଷ କରୁଥାନ୍ତି ଲୋକେ । ଗାଁ ପରିବେହ କଥା ଉଠିଲେ ଆଖି ଆଗରେ ନାଚିଉଠେ ନଇଳୂଳ ସାଙ୍ଗକୁ ବିଲ ବାଡିରେ ପବନରେ ଝୁଲୁଥିବା ସୁନେଲି କ୍ଷେତ । ସବୁଜିମାରେ ଭରପୁର ହୋଇଥିବା ପ୍ରାକୃତିକ ପରିବେଶ । ହେଲେ ଗୁଜୁରାଟରେ ରହିଛି ଏମିତି କିଛି ଗାଁ , ଯାହା ମନ ଭିତରେ ସହରର ଭ୍ରମ ସୃଷ୍ଟି କରୁଛି । ଗାଁର ପରିବେଶଠୁ ଆରମ୍ଭ କରି ମୌଳିକ ସୁବିଧା କୌଣସି ସହରଠାରୁ କମ୍ ନୁହେଁ । ଗୁଜୁରାଟ ସାବରକନ୍ଥା ଜିଲ୍ଲାରେ ରହିଛି ଏମିତି ଗାଁ , ଯେଉଁଠାରେ ସହରବାସିଙ୍କ ପରି ସମସ୍ତ ସୁବିଧା ପାଇତାନ୍ତି ଗ୍ରାମବାସୀ । ଏହି ଗ୍ରାମଗୁଡିକୁ ରାଜ୍ୟ ସରକାରଙ୍କ ତରଫରୁ ମଡେଲ ଭିଲେଜର ମାନ୍ୟତା ମଦ୍ୟ ଦିଆଯାଇଛି ।

Advertisment

ଗ୍ରାମରେ ୨୪ଘଂଟା ବିଦ୍ୟୁତ ସେବା ସହ ରହିଛି ସ୍ୱଚ୍ଛ ପାଣି ଓ ଇଣ୍ଟରନେଟ୍ କନେକ୍ଟିଭିଟିର ସୁବିଧା । ନିକଟରେ ଆମ ଭାରତର ପ୍ରଥମ ସୋଲାର ଭିଲେଜ ଭାବେ ମେହସାନା ଜିଲ୍ଲାର ମୋଧେରା ଗ୍ରାମକୁ ପ୍ରଧାନମନ୍ତ୍ରୀ ପ୍ରଥମ ସୌରଶକ୍ତି ଗ୍ରାମ ଭାବେ ଘୋଷିତ କରିଥିଲେ । ଗୁଜୁରାଟର ଏପରି ୬ଟି ଗାଁ ଯେଉଁଠି ସହରାଂଚଳ ପରି ସୁବିଧା ପାଉଛନ୍ତି ଗ୍ରାମବାସୀ ।

ଗୁଜୁରାଟର ପୁନସାରା ଗ୍ରାମ ଏହାକୁ ଡିଜିଟାଲ୍ ଭିଲେଜ୍ ବୋଲି ମଧ୍ୟ କୁହାଯାଇଥାଏ । ଗ୍ରାମର ରୁପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗ୍ରାମର ସରପଂଚ ହିମାଂଶୁ ପଟେଲଙ୍କୁ ୨୦୧୫ ରେ ଦେଶର ସର୍ବଶ୍ରେଷ୍ଠ ସରପଂଚ ସମ୍ମାନରେ ସମ୍ମାନିତ କରାଯାଇଥିଲ । ଶିକ୍ଷା, ସ୍ୱାସ୍ଥ୍ୟ, କଂକ୍ରିଟ୍ ରୋଡ୍ ସହ ଗାଁରେ ସିସଟିଭି ଓ ୱାଇ-ଫାଇ ସୁବିଧା ମଧ୍ୟ ଯୋଗାଇଦିଆଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ଗ୍ରାମରେ କେବେ ଚୋରି ହୁଏ ନାହିଁ ।
ସାବରକନ୍ଥା ଜିଲ୍ଲାର ଜେଠିପୁରା ଗ୍ରାମ । ଏହି ଗ୍ରାମକୁ ସମାରସ ଭିଲେଜ୍ କୁହାଯାଇଥାଏ । ଏହି ଗ୍ରାମରେ କୌଣସି ରାଜନୈତିକ ବିବାଦ ଦେଖାଯାଉନଥିବା ବେଳେ ଗତ ୧୫ବର୍ଷ ଧରି ଏଠାରେ ଗ୍ରାମ ପଂଚାୟତ ନିର୍ବାଚନ ମଧ୍ୟ ହୋଇନାହିଁ । ଏହି ଗାଁରେ କୌଣସି ସଫେଇ କର୍ମଚାରୀ ନାହାନ୍ତି ମାତ୍ର ଏଠାକାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚ କୋଟୀର । ଏଠାରେ ଖୁବ୍ କମ୍ ମୂଲ୍ୟ ଅର୍ଥାତ୍ ମାତ୍ର ୫୦ଟଙ୍କାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଏ ।

୮୦ ପ୍ରତିଶତ ଅଣଭାରତୀୟ କୁ ନେଇ ଗଠିତ ସୁରଟ ଜିଲ୍ଲାର ଅଫୱା ଗ୍ରାମ । ଏହି ଗାଁକୁ ସ୍ମାର୍ଟ ଭିଲେଜର ମାନ୍ୟତା ମଧ୍ୟ ମିଳିଛି । ଏହି ଗ୍ରାମରେ ରହିଛି ଭୂତଳ ୱାୟାରିଂ ବ୍ୟବସ୍ଥା । ୧୯୭୫ ମସହିହାରେ ଗୁଜୁରାଟ- ମହାରାଷ୍ଟ୍ର ବିଧାନସଭାରେ ମିଳିତ ସେସନରେ ଏହି ଗ୍ରାମକୁ ଆଦର୍ଶ ଗ୍ରାମର ମାନ୍ୟତା ମିଳିଥିଲା ।

୨୦୦୧ ଭୂକମ୍ପରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା କୁଚ୍ଛ ଜିଲ୍ଲାର ଭିମସାର ଗାଁ ନିଜସ୍ୱ ଉଦ୍ୟମରେ ପୁଣିଥରେ ଗଢିହୋଇ ମଡେଲ ଭିଲେଜର ମାନ୍ୟତା ପାଇଥିବା ବେଳେ କଚ୍ଛର କୁନାରିଆ ଭିଲେଜ ନିଜର ସ୍ୱଚ୍ଛ ପରିବେଶ ଓ ସବୁଜିମା ଲାଗି ବେଶ୍ ପରିଚିତ । ଗ୍ରାମରେ ସିସିଟିଭି କ୍ୟାମେରା ସାଙ୍ଗକୁ ବର୍ଷା ଜଳ ସଂଚୟ ନିମନ୍ତେ ୬ରୁ ୭ଟି ହ୍ରଦର ବ୍ୟବସ୍ଥା କରାଯାଇଛି । ଏହି ଗ୍ରାମର ଲୋକେ ମୁଖ୍ୟତଃ ନର୍ମଦା ନଦୀର ଜଳକୁ ବ୍ୟବହାର କରି ପ୍ରାୟ ୧୫୦୦ ରୁ ଅଧିକ ବୃକ୍ଷରୋପଣ କରି ଏଠାକାର ପ୍ରାକଋତିକ ସୌନ୍ଦର୍ଯକୁ ବୃଦ୍ଧି କରାଉଛନ୍ତି । ଏହାଛଡା ଗ୍ରାମରେ ବ୍ୟାଙ୍କ, ସ୍କୁଲ, ପୋଷ୍ଟ ଅଫିସ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

ଦେଶର ସବୁଠାରୁ ଧନୀ ଗ୍ରାମର ମାନ୍ୟତା ପାଇଥିବା ଆନନ୍ଦ ଜିଲ୍ଲାର ଧର୍ମାଜ ଗ୍ରମ । ଏହି ଗ୍ରାମର ଅଧିକାଁଶ ଲୋକ ସମଗ୍ର ବିଶ୍ୱରେ ନିଜର ବ୍ୟବସାୟିକ ଜୀବନ ଯାପନ କରୁଛନ୍ତି । ଏହି ଗ୍ରାମରେ ସଇମିଂ ପୁଲ୍ ସହ ବୋଟିଂ ର ସୁବିଧା ମଧ୍ୟ ରହିଛି । ଏହି ଗ୍ରାମର ପ୍ରତି ପରିବାରର ୨ଜଣ ସଦସ୍ୟ ଦେଶ ବାହାରେ ରହୁଛନ୍ତି ।

ଗୁଜୁରାଟର ଏହି ୬ସ୍ମାର୍ଟ ଭିଲେଜ୍ । ଯେତେବେଳେ ବିକାଶର ନାଁ ଉଠେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗ୍ରାମ ଗୁଡିକର ଉଦାହରଣ ଦେଇଥାନ୍ତି । ରାଜ୍ୟ ପାଇଁ ଗୌରବ ଆଣିଦେଇଛି ଏହି ସ୍ମାର୍ଟ ଭିଲେଜ୍ ।