ଆଧୁନିକ ଯୁଗର ଏସବୁ ଅଭ୍ୟାସ ମଣିଷ ମସ୍ତିଷ୍କକୁ କରୁଛି ରୋଗଗ୍ରସ୍ତ । ଚେତାଇଲେ ବିଶେଷଜ୍ଞ 

336
କନକ ବ୍ୟୁରୋ: ଆମେ ନିଜ ଶରୀର ସହିତ ମଧ୍ୟ ମସ୍ତିଷ୍କର ଧ୍ୟାନ ରଖିବା ଆବଶ୍ୟକ  । କାରଣ ଆମ ମସ୍ତିଷ୍କ ଶରୀରର ସମସ୍ତ ଗତିବିଧି କୁ ନିୟନ୍ତ୍ରିତ କରିଥାଏ  । ଗବେଷକଙ୍କ ମତରେ ଆମର କିଛିଟା ଭୁଲ ଅଭ୍ୟାସ କାରଣରୁ ଆମର ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ମସ୍ତିଷ୍କ ଓ ଶରୀର ଉଭୟର ଯତ୍ନ ନେବା ପାଇଁ ଆମକୁ କିଛିଟା ଭୁଲ କାର୍ୟ୍ୟ ଠାରୁ ନିବୃତ ରହିବା ଆବଶ୍ୟକ  ।
କେଉଁ ସବୁ ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ –
ଧୁମ୍ରପାନ – ଧୁମ୍ରପାନ କରିବା ଅଭ୍ୟାସ ଆମକୁ ଅସୁବିଧାରେ ପକାଇଥାଏ  । ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହିତ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ  । ପ୍ରତିଦିନ ଧୁମ୍ରପାନ ସ୍ମରଣ ଶକ୍ତି ଉପରେ ଅନେକ ଖରାପ ପ୍ରଭାବ ପକାଏ  ।
ଜଙ୍କ ଫୁଡ – ଆମ ଖାଦ୍ୟର ସିଧା ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡିଥାଏ  । ଜଙ୍କ ଫୁଡ ଓ ସୁଗାର ଅଧିକ ମାତ୍ରାରେ ସେବନ ଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇ ଯାଇଥାଏ  । ରିଫାଇଣ୍ଡ ସୁଗାର ଖାଇବା ଦ୍ୱାରା ମସ୍ତିଷ୍କ ର ବିକାଶ ଧୀର ହୋଇଯାଏ  । ଏହାଦ୍ୱାରା ଡିପ୍ରେସନ ସମସ୍ୟା ଅଧିକ ବୃଦ୍ଧି ପାଇଥାଏ  ।
ଠିକ ସମୟ ରେ ଶୋଇବା – ଡେରିରେ ଶୋଇବା ଦ୍ୱାରା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ  । ଜଣେ ସାମାନ୍ୟ ବ୍ୟକ୍ତିକୁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ  । ଶୋଇବାରେ କିଛି କିଛି ଯଦି ଅସୁବିଧା ହୋଇଥାଏ ମସ୍ତିଷ୍କ ଉପରେ ପ୍ରଭାବ ପଡି ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ  ।
ଇନଆକ୍ଟିଭ ଲାଇଫ ଷ୍ଟାଇଲ – ଦୀର୍ଘ ସମୟ ଧରି ଗୋଟିଏ କାର୍ୟ୍ୟରେ ଲିପ୍ତ ରହିବା ଦ୍ୱାରା ଏହାର ପ୍ରଭାବ ମସ୍ତିଷ୍କ ଓ ଶରୀର ଉପରେ ପଡିଥାଏ  । ତେଣୁ ଦୀର୍ଘ ସମୟ ଧରି କମ୍ପ୍ୟୁଟର ନିକଟରେ ନବସି ପ୍ରାଣାୟାମ ଓ ଯୋଗାସନ କରିବା ଆବଶ୍ୟକ  ।
ଭୋଜନ ସମୟରେ ଏହି କାର୍ୟ୍ୟ କରିବା – ଖାଇବା ସମୟରେ ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ବ୍ୟବହାର କରିବା କ୍ଷତିକାରକ ଅଟେ  । ଖାଇବା ସମୟରେ ଶାନ୍ତ ସ୍ୱଭାବରେ କେବଳ ଖାଦ୍ୟକୁ ଉପଭୋଗ କରନ୍ତୁ  । ନଚେତ ମସ୍ତିଷ୍କର ଶକ୍ତି ଦୁର୍ବଳ ହୋଇ ଯାଇଥାଏ  ।
ଷ୍ଟ୍ରେସ – ଏହା ଆଜିକାଲି ର ଗୋଟିଏ ବଡ଼ ସମସ୍ୟା  । ଯେତିକି ଆବଶ୍ୟକ ସେତିକି କଥାରେ ଧ୍ୟାନ ଦିଅନ୍ତୁ  । ଆବଶ୍ୟକତା ଠାରୁ ଅଧିକ ଚିନ୍ତା ମସ୍ତିଷ୍କ କୁ ଦୁର୍ବଳ କରି ଦେଇଥାଏ  ।