କନକ ବ୍ୟୁରୋ: ଆମେ ନିଜ ଶରୀର ସହିତ ମଧ୍ୟ ମସ୍ତିଷ୍କର ଧ୍ୟାନ ରଖିବା ଆବଶ୍ୟକ । କାରଣ ଆମ ମସ୍ତିଷ୍କ ଶରୀରର ସମସ୍ତ ଗତିବିଧି କୁ ନିୟନ୍ତ୍ରିତ କରିଥାଏ । ଗବେଷକଙ୍କ ମତରେ ଆମର କିଛିଟା ଭୁଲ ଅଭ୍ୟାସ କାରଣରୁ ଆମର ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ମସ୍ତିଷ୍କ ଓ ଶରୀର ଉଭୟର ଯତ୍ନ ନେବା ପାଇଁ ଆମକୁ କିଛିଟା ଭୁଲ କାର୍ୟ୍ୟ ଠାରୁ ନିବୃତ ରହିବା ଆବଶ୍ୟକ ।
କେଉଁ ସବୁ ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ -
ଧୁମ୍ରପାନ - ଧୁମ୍ରପାନ କରିବା ଅଭ୍ୟାସ ଆମକୁ ଅସୁବିଧାରେ ପକାଇଥାଏ । ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହିତ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ପ୍ରତିଦିନ ଧୁମ୍ରପାନ ସ୍ମରଣ ଶକ୍ତି ଉପରେ ଅନେକ ଖରାପ ପ୍ରଭାବ ପକାଏ ।
ଜଙ୍କ ଫୁଡ - ଆମ ଖାଦ୍ୟର ସିଧା ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡିଥାଏ । ଜଙ୍କ ଫୁଡ ଓ ସୁଗାର ଅଧିକ ମାତ୍ରାରେ ସେବନ ଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇ ଯାଇଥାଏ । ରିଫାଇଣ୍ଡ ସୁଗାର ଖାଇବା ଦ୍ୱାରା ମସ୍ତିଷ୍କ ର ବିକାଶ ଧୀର ହୋଇଯାଏ । ଏହାଦ୍ୱାରା ଡିପ୍ରେସନ ସମସ୍ୟା ଅଧିକ ବୃଦ୍ଧି ପାଇଥାଏ ।
ଠିକ ସମୟ ରେ ଶୋଇବା - ଡେରିରେ ଶୋଇବା ଦ୍ୱାରା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । ଜଣେ ସାମାନ୍ୟ ବ୍ୟକ୍ତିକୁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । ଶୋଇବାରେ କିଛି କିଛି ଯଦି ଅସୁବିଧା ହୋଇଥାଏ ମସ୍ତିଷ୍କ ଉପରେ ପ୍ରଭାବ ପଡି ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ ।
ଇନଆକ୍ଟିଭ ଲାଇଫ ଷ୍ଟାଇଲ - ଦୀର୍ଘ ସମୟ ଧରି ଗୋଟିଏ କାର୍ୟ୍ୟରେ ଲିପ୍ତ ରହିବା ଦ୍ୱାରା ଏହାର ପ୍ରଭାବ ମସ୍ତିଷ୍କ ଓ ଶରୀର ଉପରେ ପଡିଥାଏ । ତେଣୁ ଦୀର୍ଘ ସମୟ ଧରି କମ୍ପ୍ୟୁଟର ନିକଟରେ ନବସି ପ୍ରାଣାୟାମ ଓ ଯୋଗାସନ କରିବା ଆବଶ୍ୟକ ।
ଭୋଜନ ସମୟରେ ଏହି କାର୍ୟ୍ୟ କରିବା - ଖାଇବା ସମୟରେ ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ବ୍ୟବହାର କରିବା କ୍ଷତିକାରକ ଅଟେ । ଖାଇବା ସମୟରେ ଶାନ୍ତ ସ୍ୱଭାବରେ କେବଳ ଖାଦ୍ୟକୁ ଉପଭୋଗ କରନ୍ତୁ । ନଚେତ ମସ୍ତିଷ୍କର ଶକ୍ତି ଦୁର୍ବଳ ହୋଇ ଯାଇଥାଏ ।
ଷ୍ଟ୍ରେସ - ଏହା ଆଜିକାଲି ର ଗୋଟିଏ ବଡ଼ ସମସ୍ୟା । ଯେତିକି ଆବଶ୍ୟକ ସେତିକି କଥାରେ ଧ୍ୟାନ ଦିଅନ୍ତୁ । ଆବଶ୍ୟକତା ଠାରୁ ଅଧିକ ଚିନ୍ତା ମସ୍ତିଷ୍କ କୁ ଦୁର୍ବଳ କରି ଦେଇଥାଏ ।