ନିଦ ନଆସିବାର କାରଣ ହୋଇପାରେ ଆପଣଙ୍କ ଖାଦ୍ୟପେୟ, ଏହି ‘ସୁପରଫୁଡ’ କରିବ ଆପଣଙ୍କ ସାହାଯ୍ୟ ।

104

ଆପଣ ଯଦି ରାତିରେ ଠିକରେ ଶୋଇ ପାରୁନାହାଁନ୍ତି , କିମ୍ବା ଆପଣଙ୍କୁ ନିଦ ନଆସିବାର ସମସ୍ୟା ଅଛି, ତେବେ ଏହାର ଗୋଟିଏ କାରଣ ଆପଣଙ୍କ ଖାଦ୍ୟପେୟ ବି ହୋଇପାରେ । ଭଲ ନିଦ ହେବା ପାଇଁ ଆପଣଙ୍କ ଭୋଜନ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିଶେଷଜ୍ଞଙ୍କ କହିବାନୁସାରେ, ଆପଣ ଯାହା ବି ଖାଆନ୍ତି , ସେ ଉପରେ ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଆପଣଙ୍କୁ କିଛି ଏଭଳି ଖାଇବା ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ ଆରାମ ଦାୟକ ନିଦରେ ସହାୟକ ହେବ ।

ବାଦାମ, କୋବି, ଅଖରୋଟ, କଦଳୀ, କ୍ଷୀର, ଦଲିଆ ଏବଂ ଧଳା ଚାଉଳ ଇତ୍ୟାଦି ଭୋଜନ ଭଲ ନିଦ ବୃଦ୍ଧି କରେ । ସଣ୍ଡେ ମେଟ୍ରେସେସର ସଂସ୍ଥାପକ ଅଲଫୋନ୍ସ ରେଡ୍ଡି ଏବଂ ସିଇଓ ସିକୋ କୈଫେ ଭଲ ନିଦ ଆସିବାରେ ସହାୟକ ହେଉଥିବା ଭୋଜନ ସଂପର୍କରେ ସୂଚନା ମାଗିଲେ । ଓଟମିଲ ଓ ଧଳା ଚାଉଳରେ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ଥାଏ । ଶୋଇବା ପୂର୍ବରୁ ଏହି ଜିନିଷର ସେବନ ଦ୍ୱାରା ଭଲ ନିଦ ଆସେ । ଓଟମିଲ ମେଲାଟୋନିନର ଉତ୍ସ, ଯେଉଁଥିରେ ଏକ ହରମୋନ ଥାଏ । ସେହି ହରମୋନ ଅନ୍ଧାରରେ ଉତ୍ତେଜିତ ହୁଏ ଏବଂ ଆପଣଙ୍କ ଶରୀରକୁ ଶୋଇବାର ସଂକେତ ଦିଏ । ରାତ୍ରି ଭୋଜନରେ ସାଲାଡ ଖାଇବା ବି ଆପଣଙ୍କ ନିଦ ପାଇଁ ସହାୟକ ହୁଏ । ସାଲଊାଡରେ ଲେ କ୍ଟୁକାଯ୍ରି୍ୟୟମ ଥାଏ, ଯେଉଁଥିରେ ବ୍ୟଥା ନିବାରକ ଗୁଣ ଥାଏ । କାବୁଲି ଚଣା ପ୍ରୋଟିନ ଓ ଭିଟାମିନ ବି-୬ର ପ୍ରମୁଖ ଉତ୍ସ, ଯାହା ଶରୀରକୁ ମେଲାଟୋନିନ ଉତ୍ପନ୍ନ କରିବାରେ ସାହାଯ୍ୟ କରେ । ଏହା ମଧ୍ୟ ଭଲ ନିଦ ଆସିବା ପାଇଁ ଏକ ଉତ୍ତମ ଖାଦ୍ୟ ।