କନକ ବ୍ୟୁରୋ: ନର୍ଥ ଇଷ୍ଟ କ୍ୟାଡରଙ୍କ ଅଲ୍ ଇଣ୍ଡିଆ ସର୍ଭିସେସ୍ (ଏଆଇଏସ୍ ) ଅଧିକାରୀଙ୍କୁ ଦିଆଯାଇଥିବା ଅତିରିକ୍ତ ଆର୍ଥିକ ଭତ୍ତା ସମେତ କେନ୍ଦ୍ର ବିଶେଷ ସୁବିଧା ପ୍ରତ୍ୟାହାର କରିଛି।

Advertisment

ଆସାମ-ମେଘାଳୟ ଯୁଗ୍ମ କ୍ୟାଡର, ସିକିମ, ନାଗାଲାଣ୍ଡ, ତ୍ରିପୁରା ଏବଂ ମଣିପୁର କ୍ୟାଡରକୁ ନେଇ ଆଇଏଏସ, ଆଇପିଏସ ଏବଂ ଆଇଏଫଏସକୁ ନେଇ ଗଠିତ ଏଆଇଏସ ଅଧିକାରୀମାନଙ୍କୁ ମିଳୁଥିବା ଏକାଧିକ ସୁବିଧାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।  ଉତ୍ତର-ପୂର୍ବରେ  ନିଯୁକ୍ତ ହୋଇଥିବା ପ୍ରଶାସନିକ ଅଧିକାରୀଙ୍କୁ  ଅତିରିକ୍ତ ୨୫% ମୌଳିକ ଦରମା ର ସ୍ୱତନ୍ତ୍ର ଭତ୍ତା ପାଇବାକୁ ହକଦାର ଥିଲେ। ହେଲେ ୨୦୦୯ ଠାରୁ ଲାଗୁ ହୋଇଥିବା  ଅତିରିକ୍ତ ଭତ୍ତାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ।

ପୂର୍ବୋତ୍ତର ରାଜ୍ୟ ମାନଙ୍କରେ ନିଯୁକ୍ତ ପ୍ରଶାସନକି ଅଧିକାରୀଙ୍କୁ ଅଧିକ ଦରମା ମିଳିବା ସହ ଏକାଧିକ ସୁବିଧା ସହ ଅବସର ପରେ ମଧ୍ୟ କ୍ୱାର୍ଟର ସୁବିଧା ମିଳୁଥିଲା । ଆଦିବାସୀ ଜନସଂଖ୍ୟାଆୟକର ପ୍ରଦାନରୁ ମୁକ୍ତ, ତେଣୁ ଆଦିବାସୀ ଏଆଇଏସ ଅଧିକାରୀମାନଙ୍କୁ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟରେ ପୋଷ୍ଟ କରାଯାଉଥିବା ବେଳେ ଏହି ସୁବିଧା ପ୍ରଦାନ କରାଯାଏ । ବର୍ତ୍ତମାନ "କେନ୍ଦ୍ରୀୟ ଡେପୁଟେସନ୍ ସମୟରେ ଉତ୍ତର-ପୂର୍ବ କ୍ୟାଡରର ଆଦିବାସୀ ଅଲ୍ ଇଣ୍ଡିଆ ସର୍ଭିସ୍ ଅଧିକାରୀଙ୍କୁ ଦେୟ ଆୟକର ଫେରସ୍ତ କରିବାକୁ ପ୍ରୋତ୍ସାହନ" ପ୍ରତ୍ୟାହାର କରାଯାଇଛି।

ଉତ୍ତର-ପୂର୍ବାଞ୍ଚଳର ଏକ ରାଜ୍ୟରେ ପୋଷ୍ଟ ହୋଇଥିବା ଜଣେ ବରିଷ୍ଠ ଏଆଇଏସ୍ ଅଧିକାରୀ ଗଣମାଧ୍ୟମକୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଅନ୍ୟାୟ ବୋଲି କହିଛନ୍ତି ।