ଅଣ୍ଡା ଖୋଳକୁ ବ୍ୟବହାର କରି ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା ! ଜାଣନ୍ତୁ କେଉଁଠି ଏବଂ କିପରି ।

34

ଅଣ୍ଡା ଖାଇବା ପରେ ସାଧାରଣତଃ ଆମେ କୋଳକୁ ଫୋପାଡି ଦେଇଥାଉ । କାରଣ ଅଣ୍ଡା ଖୋଳ କୌଣସି କାମରେ ଆସିନଥାଏ । କିନ୍ତୁ ଛତ୍ତିଶଗଡର ଜଣେ ମହିଳା ଫୋପାଡି ଦିଆଯାଉଥିବା ଅଣ୍ଡା ଖୋଳରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଅଣ୍ଡା ଖୋଳରୁ ହୋଇପାରୁଛି ରୋଜଗାର ।

ଛତ୍ତିଶଗଡର ଜଣେ ମହିଳା ଫୋପାଡି ଦିଆଯାଉଥିବା ଅଣ୍ଡା ଖୋଳକୁ ସଂଗ୍ରହ କରି ଖତରେ ପରିଣତ କରୁଛନ୍ତି । ଏହି ଖତ ଚାଷ କାର୍ଯ୍ୟରେ ବେଶ ଉପଯୋଗୀ ହୋଇଥିବାରୁ ଏହାକୁ ପ୍ରତିବର୍ଷ ଲୋକମାନେ ଭାରି ମାତ୍ରାରେ କିଣି ଥାନ୍ତି । ଅଣ୍ଡାରେ ତିଆରି ଏହି ଖତକୁ ବିକ୍ରି କରି ଛତ୍ତିଶଗଡର ଏହି ମହିଳା ବେଶ ଲାଭବାନ ହୋଇପାରୁଛନ୍ତି ।

କିପରି ହୁଏ ଅଣ୍ଡା ଖୋଳର ପ୍ରୟୋଗ ?

ଯେତେବେଳେ ଲୋକମାନେ ଅଣ୍ଡା ଖୋଳକୁ ବାହାରେ ଫୋପାଡି ଦେଉଥିଲେ ସେତେବେଳେ ଏହି ମହିଳା ଜଣକ ଅଣ୍ଡା ଖୋଳକୁ ନବିକରଣ କରିବା ପାଇଁ ଇଛା ପ୍ରକାଶ କରିଥିଲେ । ଆଉ ଏବେ ଏହି ମହିଳା ଅଣ୍ଡା ଖୋଳରୁ କ୍ୟାଲସିୟମ ପାଉଡର ଏବଂ ଖତ ତିଆରି କରିପାରୁଛନ୍ତି । ଅଣ୍ଡା ଖୋଳରେ ତିଆରି ଏହି ପାଉଡର କୁକୁଡାଙ୍କ ଖାଦ୍ୟରେ ମିଶ୍ରଣ କରାଯାଉଛି । ଏଥିରେ ଭରପୁର କ୍ୟାଲସିୟମ ଥିବାରୁ କୁକୁଡା ଏହାକୁ ଖାଇ ସୁସ୍ତସବଳ ରହିବା ସହ ଅଧିକ ଅଣ୍ଡା ମଧ୍ୟ ଦେଉଛନ୍ତି । କିଛି ଏହିଭଳି ଭାବେ ଅଣ୍ଡା ଖୋଳକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।