ସାବଧାନ! ଏହି ୫ଟି ଜିନିଷ ଭୂଲ ବଶତଃ କାହାସହ କରନ୍ତୁ ନାହିଁ ସେୟାର, ହୋଇପାରେ ଅନେକ ସମସ୍ୟା

174

ଆମେ ସମସ୍ତେ ଜାଣିଛୁ ଏବଂ ଆମର ବାପା-ମା’ ପିଲାଟି ଦିନରୁ ଶିକ୍ଷା ଦେଇ ଆସିଛନ୍ତି ଯେ ସବୁ ଜିନିଷ ସମସ୍ତଙ୍କ ସହ ସେୟାର କରିବା ଉଚିତ । ମାତ୍ର ଆଜି ଆମେ ଆପଣଙ୍କୁ କିଛି ଏଭଳି କଥା ଜଣାଇବୁ ଯେ ଏଭଳି କିଛି ଜିନିଷ ରହିଛି ଯାହା ସେୟାର କରିବା ଆପଣଙ୍କ ପାଇଁ ଖରାପ ।


ଚପଲ
ପ୍ରାୟତଃ ସମସ୍ତ ଲୋକ ଏଭଳି କରଥାଆନ୍ତି ନିଜର ବାଥରୁମରେ ବ୍ୟବହୃତ ଚପଲ କିମ୍ବା ବନ୍ଧୁବାନ୍ଧବଙ୍କୁ ବାହାରକୁ ଯିବା ଲାଗି ନିଜର ଚପଲ ଦେଇଥାଆନ୍ତି । ମାତ୍ର ଏହା କରିବା ଆପଣଙ୍କ ପାଇଁ ଉଚିତ ନୁହେଁ କାରଣ ଏହା କରିବା ଦ୍ୱାରା ବ୍ୟକ୍ତି ଜଣକ ପାଦରେ ଥିବା ସଂକ୍ରମଣରୁ ଆପଣ ମଧ୍ୟ ସଂକ୍ରମିତ ହୋଇପାରନ୍ତି ।


ପାନିଆ
ଅନେକ ସମୟରେ ଦେଖାଯାଏ ଯେ ଆମେ ଯେତେବେଳେ ଅଫିସରେ ଥାଉ ତେବେ ଅନ୍ୟ ସାଙ୍ଗସାଥୀଙ୍କ ପାନିଆ ବ୍ୟବହାର କରି ନେଉ ଏହା କରିବା ଆଦୌ ଉଚିତ ନୁହେଁ । କାରଣ ଏହା କରିବା ଫଳରେ ସେମାନଙ୍କ କେଶରେ ଥିବା ଉକୁଣୀ କିମ୍ବା ରୂପି ସଂକ୍ରମିତ ହୋଇଥାଏ ।


ହେଡଫୋନ
ଆମେ ଅନେକ ସମୟରେ ସାଙ୍ଗସାଥୀ, ଘରଲୋକ କିମ୍ବା ଅଫିସରେ ପରସ୍ପରଙ୍କ ଇୟରଫୋନ ଏବଂ ହେଡଫୋନ ବ୍ୟବହାର କରିଥାଉ । ମାତ୍ର ଏହା କରିବା ଦ୍ୱାରା ଅନ୍ୟ ଲୋକଙ୍କ କାନର ମଇଳାରୁ ବ୍ୟାକ୍ଟେରିଆ ଆପଣଙ୍କ କାନରେ ଆସି ଇନଫେକ୍ସନ ସୃଷ୍ଟି କରିବ ।


ଲିପଷ୍ଟିକ
ଲିପଷ୍ଟିକ ଭଳି ଜିନିଷ ମହିଳା ମାନେ ମିଳିମିଶି ବ୍ୟବହାର କରିଥାଆନ୍ତି । ମାତ୍ର ସାବଧାନ ଏହା ଆପଣଙ୍କ ଶରୀର ପାଇଁ ହିତକର ନୁହେଁ, କାରଣ ଏହାଦ୍ୱାରା ଅନ୍ୟର ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରି ରୋଗ ଉତ୍ପନ କରିଥାଏ ।


ତଉଲିଆ
ତଉଲିଆ ହେଉ କି ରୁମାଲ ଅନ୍ୟର ବ୍ୟବହାର କରିବା ଦ୍ୱାରା ସେମାନଙ୍କ ଝାଳରୁ ଜୀବାଣୁ ବ୍ୟାପି ଥାଏ ଏବଂ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ତେଣୁ ଏହି ସମସ୍ତ ଜିନିଷ ସେୟାର କରିବା ଉଚିତ ନୁହେଁ ।