କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ବିଜୟୀ ହେଲା ବିଜେପି । କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏହି ସମାରୋହରେ ପ୍ରାୟ ୬,୦୦୦ରୁ ଅଧିକ ଲୋକେ ସାମିଲ ହୋଇଥିଲେ । ଏହି ସମାରୋହରେ ମୋଦିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଥିଲେ । ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ନିର୍ବାଚନରେ ଭଲ ପ୍ରଦର୍ଶନ କରି ମଧ୍ୟ କିଛି କଳାକାରମାନଙ୍କୁ ସ୍ଥାନ ମିଳି ନଥିବା ଜଣାପଡ଼ିଛି । ଆସନ୍ତୁ ନଜର ପକାଇବା ସେମିତି କିଛି ସାଂସଦଙ୍କ ଉପରେ ।
/kanak/media/post_attachments/wp-content/uploads/2019/05/299725-hema-malini-300x171.jpg) ୧. ୨୦୦୪ରେ ବିଜେପିରେ ସାମିଲ ହୋଇଥିଲେ ହେମା ମାଳିନୀ । ତେବେ ମଥୁରାରୁ ଦ୍ୱିତୀୟ ଥର ପାଇଁ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ ମଧ୍ୟ ଅଭିନେତ୍ରୀ ହେମା ମାଳିନୀଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ପାରି ନାହିଁ ।
୧. ୨୦୦୪ରେ ବିଜେପିରେ ସାମିଲ ହୋଇଥିଲେ ହେମା ମାଳିନୀ । ତେବେ ମଥୁରାରୁ ଦ୍ୱିତୀୟ ଥର ପାଇଁ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ ମଧ୍ୟ ଅଭିନେତ୍ରୀ ହେମା ମାଳିନୀଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ପାରି ନାହିଁ ।
/kanak/media/post_attachments/wp-content/uploads/2019/05/Capture-23-300x212.jpg) ୨. ଅଭିନେତା ସନ୍ନି ଦେଓଲ ମତଦାନର କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଯାହା ପରେ ତାଙ୍କୁ ଗୁରୁଦାସପୁରରୁ  ଟିକେଟ ମିଳିଥିଲା ଏବଂ ପ୍ରଥମ ପାଳିରେ ହିଁ ସେ ବାଜି ମାରି ନେଇଥିଲେ । ସୁନୀଲ ଝାକଡ଼ଙ୍କୁ ହରାଇ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ପାରି ନାହିଁ ।
୨. ଅଭିନେତା ସନ୍ନି ଦେଓଲ ମତଦାନର କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଯାହା ପରେ ତାଙ୍କୁ ଗୁରୁଦାସପୁରରୁ  ଟିକେଟ ମିଳିଥିଲା ଏବଂ ପ୍ରଥମ ପାଳିରେ ହିଁ ସେ ବାଜି ମାରି ନେଇଥିଲେ । ସୁନୀଲ ଝାକଡ଼ଙ୍କୁ ହରାଇ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ପାରି ନାହିଁ ।
/kanak/media/post_attachments/wp-content/uploads/2019/05/maxresdefault-12-300x169.jpg) ୩. ଗୋରଖପୁରରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିଲେ ଭୋଜପୁରୀ ଅଭିନେତା ରବି କିସନ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ସପାର ରାମଭୁଆଲ ନିଷାଦ । ତେବେ ୨୦୧୯ ଲୋକସଭା ନିର୍ବାଚନ ଜିତି ପ୍ରଥମ ଥର ପାଇଁ ସାଂସଦ ବନିଥିଲେ ମଧ୍ୟ ରବି ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ବନାଇ ପାରି ନାହାନ୍ତି ।
୩. ଗୋରଖପୁରରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିଲେ ଭୋଜପୁରୀ ଅଭିନେତା ରବି କିସନ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ସପାର ରାମଭୁଆଲ ନିଷାଦ । ତେବେ ୨୦୧୯ ଲୋକସଭା ନିର୍ବାଚନ ଜିତି ପ୍ରଥମ ଥର ପାଇଁ ସାଂସଦ ବନିଥିଲେ ମଧ୍ୟ ରବି ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ବନାଇ ପାରି ନାହାନ୍ତି ।
/kanak/media/post_attachments/wp-content/uploads/2019/05/bjp_58df2c5538e0e-300x218.jpg) ୪. ଭୋଜପୁରୀ ଅଭିନେତା ମନୋଜ ତିଓ୍ଵାରୀ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଦିଲ୍ଲୀର ଉତ୍ତର-ପୂର୍ବ ଆସନରୁ ସେ କଂଗ୍ରେସର ଦିଗ୍ଗଜ ନେତା ଶୀଲା ଦୀକ୍ଷିତ୍ଙ୍କୁ ଟକ୍କର ଦେଇଥିଲେ । ତେବେ ସେ ବିଜୟୀ ହୋଇଥିଲେ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରିବାରେ ଅସଫଳ ହୋଇଛନ୍ତି ।
୪. ଭୋଜପୁରୀ ଅଭିନେତା ମନୋଜ ତିଓ୍ଵାରୀ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଦିଲ୍ଲୀର ଉତ୍ତର-ପୂର୍ବ ଆସନରୁ ସେ କଂଗ୍ରେସର ଦିଗ୍ଗଜ ନେତା ଶୀଲା ଦୀକ୍ଷିତ୍ଙ୍କୁ ଟକ୍କର ଦେଇଥିଲେ । ତେବେ ସେ ବିଜୟୀ ହୋଇଥିଲେ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରିବାରେ ଅସଫଳ ହୋଇଛନ୍ତି ।
/kanak/media/post_attachments/wp-content/uploads/2019/05/gautam-gambhir_710x400xt-300x169.jpg) ୫. ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଜିତିଥିବା କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମୋଟ ୬୯୬୧୫୬ ଭୋଟ ମିଳିଥିଲା । ସେ ଆମ୍ ଆଦମୀ ପାର୍ଟିର ଆତିଶୀ ଏବଂ କଂଗ୍ରେସର ଅରବିନ୍ଦର ସିଂହ ଲବଲୀଙ୍କୁ ଟକ୍କର ଦେଇଥିଲେ । ତେବେ ନିର୍ବାଚନରେ ପ୍ରଚଣ୍ଡ ସଫଳତା ସତ୍ତ୍ୱେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରି ପାରିଲେ ନାହିଁ ଗୌତମ ।
୫. ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଜିତିଥିବା କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମୋଟ ୬୯୬୧୫୬ ଭୋଟ ମିଳିଥିଲା । ସେ ଆମ୍ ଆଦମୀ ପାର୍ଟିର ଆତିଶୀ ଏବଂ କଂଗ୍ରେସର ଅରବିନ୍ଦର ସିଂହ ଲବଲୀଙ୍କୁ ଟକ୍କର ଦେଇଥିଲେ । ତେବେ ନିର୍ବାଚନରେ ପ୍ରଚଣ୍ଡ ସଫଳତା ସତ୍ତ୍ୱେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରି ପାରିଲେ ନାହିଁ ଗୌତମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/1558583534_heman-malini-sunny-deol-gautam-gambhir.png)