ଏହି ୪ଟି ଲକ୍ଷଣ ଅନ୍ତନଳୀ ସଂକ୍ରମଣର ସୂଚନା, ଜାଣନ୍ତୁ ଏହି ଲକ୍ଷଣ ସବୁ କ’ଣ…

145

କନକ ବ୍ୟୁରୋ: ଅନିୟମିତ ଜୀବନଚର୍ଯ୍ୟା ଅନେକ ପେଟ ସମସ୍ୟାର କାରଣ ହୋଇଥାଏ । କିନ୍ତୁ ଏହାକୁ ଆଡନଜର କରି ଯନ୍ତ୍ରଣାରୁ ସାମୟିକ ଉପଶମ ପାଇଁ ଆମେ ଅନେକ ସମୟରେ ପେନକିଲର ନେଇଯାଉ । ହେଲେ ଅଜାଣତରେ ଏହା ପେଟ ଭିତରେ ସଂକ୍ରମଣର ଲକ୍ଷଣ ହୋଇପାରେ । ଏହାସହ ଡାଇବେଟିସ୍ ଭଳି ସମସ୍ୟା ଆରମ୍ଭ ହୋଇପାରେ । ପେଟରେ ଯନ୍ତ୍ରଣା କିଛି ଦିନ ଲାଗି ରହିଲେ ଏହାକୁ ଅଣଦେଖା ନକରି ଯଥାଶିଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଆସନ୍ତୁ ଜାଣିବା କି କି ଲକ୍ଷଣ ଅନ୍ତନଳୀ ସଂକ୍ରମଣର ସୂଚନା ଦିଏ ।

କୁହାଯାଏ , ପେଟ ପୁରା ଶରୀରର ସୁରକ୍ଷା କବଚ । ପେଟ ଠିକ୍ ତ ସବୁ ଠିକ୍ । ଏଥିରେ ସାମାନ୍ୟ ସମସ୍ୟା ହେଲେ ପୁରା ଶରୀର ଉପରେ ତା’ର ପ୍ରଭାବ ପଡିଥାଏ । କିଛି ବ୍ୟକ୍ତିଙ୍କର ଅନେକ ସମୟରେ ପେଟ ପୋଡାଜ୍ୱଳା ହେବା ସହ ଦୀର୍ଘ ଦିନ ଧରି ଗଭୀର ଗ୍ୟାସ ସମସ୍ୟା ଦେଖାଯାଏ । ଯାହା ପେଟ ଭିତରେ ସଂକ୍ରମଣର ଲକ୍ଷଣ । ଦ୍ୱିତୀୟରେ ଆମକୁ ଭୋକ ଲାଗୁଥିବା ସାଧାରଣ କଥା । ହେଲେ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଥର ଭୋକ କରିବା କିମ୍ବା ଆଦୌ ଭୋକ ନଲାଗିବା ପେଟ ଭିତରେ ସଂକ୍ରମଣ ହେବାର ଲକ୍ଷଣ । ଏହା ଦ୍ୱାରା ମଧ୍ୟ ଡାଇବେଟିସ୍ ହେବାର ସମ୍ଭାବନା ରହିଥାଏ । ଏପରି ହେଲେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସତେଜ ଖାଦ୍ୟ ଖାଇବା ସହ ବ୍ୟାୟାମ ଓ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତୁ ।

ତୃତୀୟରେ ଯଦି ଆପଣଙ୍କ ଚାରିପଟେ କେହି ଅନେକ ସମୟରେ ମାନସିକ ଅବସାଦରେ ରହୁଛନ୍ତି, ତେବେ ଏହା ତାଙ୍କର ପେଟ ଭିତରରେ ଅର୍ଥାତ ଅନ୍ତନଳୀ ଗୁଡିକରେ କିଛି ସମସ୍ୟା ଥିବାର ଲକ୍ଷଣ । କାରଣ ଅଧିକ ଦିନ ମାନସିକ ଅବସାଦ ମଧ୍ୟ ଡାଇବେଟିସକୁ ଆମନ୍ତ୍ରଣ କରିଥାଏ । ତେଣୁ ଏପରି ବ୍ୟକ୍ତିଙ୍କୁ ଡାକ୍ତରଙ୍କ ସହ ମନସ୍ତତ୍ୱବିତଙ୍କ ପାଖକୁ ନେବା ଉଚିତ ହେବ । ଚତୁର୍ଥରେ ଯଦି ଆପଣଙ୍କ ଚର୍ମରେ କିଛି ସମସ୍ୟା ଯେପରିକି ଚର୍ମରେ କିଛି ଜ୍ୱଳନ ହେବା ପରେ ଅନୁଭବ ହେବା ଅର୍ଥ ଅପଣଙ୍କ ପେଟରେ କିଛି ସଂକ୍ରମଣ ହୋଇଛି । କାରଣ ଯଦି ଅନ୍ତନଳୀରେ ଛିଦ୍ର ହେବା ବା ପାଚନ କ୍ରିୟାରେ ସମସ୍ୟା ହେଲେ ତା’ର ଅଧିକ ପ୍ରଭାବ ଚର୍ମ ଉପରେ ପଡିଥାଏ । ଏପରି ଲକ୍ଷ୍ୟଣ ଦେଖାଗଲେ ମଧ୍ୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ତେଣୁ ଉପରୋକ୍ତ କୌଣସି ବି ଲକ୍ଷଣ ପରିଲକ୍ଷିତ ହେବା ଅର୍ଥ ଆପଣଙ୍କ ଅନ୍ତନଳୀରେ ସଂକ୍ରମଣ, ଯାହାକୁ ଅଣଦେଖା କରିବା ଅର୍ଥ ଭବିଷ୍ୟତରେ ଭୟାନକ ରୋଗର ଶିକାର ହେବା । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ନେବା ସହ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଅବଶ୍ୟକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ ।