ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି କି ପ୍ଲାନ? ଟେଷ୍ଟ ଦଳରୁ ଏହି ୪ ସିନିୟର ଖେଳାଳିଙ୍କୁ ବାଦ୍

175

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଓ ଟେଷ୍ଟ ପାଇଁ ଦଳ ଘୋଷଣା ହୋଇଛି । ହେଲେ ଏହି ଟେଷ୍ଟ ଟିମରେ ୪ ଜଣ ସିନିୟର ଖେଳାଳିଙ୍କୁ ସ୍ଥାନ ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ଇଶାନ୍ତ ଶର୍ମା ଓ ରିଦ୍ଧିମାନ ଶାହାଙ୍କୁ ସ୍ରୁ ବାଦ ଦିଆଯାଇଛି ।

ଏହି ଦଳ ଘୋଷଣା ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ଖେଳାଳି । କୁହାଯାଉଛି ଆଗାମୀ ଭବିଷ୍ୟତକୁ ଲକ୍ଷ୍ୟ କରି ଏହି ଟେଷ୍ଟ ଟିମ ପ୍ରସ୍ତୁତ କରାଯାଉଛି । ସେଥିପାଇଁ ଏହି ୪ ଜଣ ସିନିୟର ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ ।

ସେପଟେ ଚେତନ ଶର୍ମା ଦଳ ଘୋଷଣା କରିବା ବେଳେ କହିଛନ୍ତି, ପୂଜାରା, ରାହାଣେ, ଶାହା ଓ ଇଶାନ୍ତଙ୍କୁ ରଣଜୀ ଟ୍ରଫି ଖେଳିବାକୁ ଅନୁରୋଧ କରିଥିଲୁ । ଆମେ ତାଙ୍କୁ କହିଥିଲୁ କି ୨ଟି ଟେଷ୍ଟ ମ୍ୟାଚ ପାଇଁ ଆମେ ତାଙ୍କ ଉପରେ ବିଚାର କରିପାରିବୁ ନାହିଁ । ଆମେ କାହା ପାଇଁ କବାଟ ବନ୍ଦ କରୁନାହୁଁ । ଆଶା କରୁଛୁ ଭଲ ଖେଳିକି ପୁଣି ସେମାନେ ଦଳକୁ ଫେରିବେ ।