କନକ ବ୍ୟୁରୋ: ଅତ୍ୟାବଶ୍ୟକୀୟ ଆଣ୍ଟି ବାୟୋଟିକ ମେଡିସିନ ମୂଲ୍ୟକୁ ନେଇ ଇଙ୍ଗ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସରକାର ଅତ୍ୟାବଶ୍ୟକୀୟ ମେଡିସିନର ଏକ ତାଲିକା କରିବାକୁ ଯାଉଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ପେନ କ୍ଲିୟର, ଆଣ୍ଟି ବାୟୋଟିକ୍ସ ମେଡିସନ ସହ ନିକୋଟିନ ପିପ୍ଲେସମେଣ୍ଟ ଥେରାପି ପ୍ରଡକ୍ଟର ଦାମ ମଧ୍ୟ କମ ହେବାର ଅନୁମାନ କରାଯାଉଛି । ସରକାର କହିଛନ୍ତି କି, ୩୪ଟି ମେଡିସିନକୁ ଏହି ଲିଷ୍ଟରେ ସାମିଲ କରାଯାଇଛି, ସେହିପରି ୨୬ଟି ମେଡିସିନକୁ ଏହି ଲିଷ୍ଟରୁ ହଟାଯାଇଛି । ଏହି ଲିଷ୍ଟରେ ସାମିଲ ମେଡିସିନର ଦାମରେ ପରିବର୍ତ୍ତନ ହୋଇପାରେ ।

Advertisment

ଅତ୍ୟାବଶ୍ୟକୀୟ ରାଷ୍ଟ୍ରିୟ ମେଡିସିନ ଲିଷ୍ଟରେ ୩୮୪ ମେଡିସିନ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି କି, ଏହି ସୂଚୀ ତିଆରି କରିବା ଏକ ଲମ୍ବା ପ୍ରକ୍ରିୟା । ଭାରତର ପାଖାପାଖି ୩୫୦ ବିଶେଷଜ୍ଞ ଏନଏଲଏମ ୨୦୨୨ର ଲିଷ୍ଟ ତିଆରି କରିଛନ୍ତି । ଏଥିପାଇଁ ସେମାନେ ୧୪୦ରୁ ଅଧିକ ସନସଲ୍ଟେସନ ମିଟିଂ କରିଛନ୍ତି ।

ଅତ୍ୟାବଶ୍ୟକୀୟ ମେଡିସିନର ଲିଷ୍ଟରେ ସାମିଲ ହେବାକୁ ଥିବା ମେଡିସିନ ଓ ଉପକରଣ ଦାମ ନ୍ୟାସନାଲ ଫାର୍ମାସ୍ୟୁଟିକଲ୍ସ ପ୍ରାଇସିଙ୍ଗ ଅଥରିଟି ଦ୍ୱାରା ନିର୍ଦ୍ଦାରିତ ହୋଇଛି । ଏହାପରେ ଲିଷ୍ଟରେ ସାମିଲ ଔଷଧ ଓ ଉପକରଣ ନିର୍ଦ୍ଦାରିତ ଦାମରେ ବଜାରରେ ବିକ୍ରି ହେବ । ଯେଉଁ ମେଡିସିନ ଏହି ଲିଷ୍ଟରେ ସାମିଲ ନାହିଁ ତାହା ଦାମରେ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି ହେବାର ଅନୁମତି ଦିଆଯାଇଛି ।