ଚଳିତ ଶିକ୍ଷାବର୍ଷରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା : ପରୀକ୍ଷା ହେବ କିନ୍ତୁ ବିଳମ୍ବିତ ହେବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ସର୍ବନିମ୍ନ ୩ମାସ ପାଠପଢା ହେବ, ପରେ ପରୀକ୍ଷା ବ୍ୟବସ୍ଥା

4,875

କନକ ବ୍ୟୁରୋ : ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ବିଳମ୍ୱିତ ହୋଇପାରେ କିନ୍ତୁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏଥିପାଇଁ ସବୁଠାର୍ କମ୍ ୩ ମାସ ପାଠପଢା ହେବ । ଏହା ପରେ ପରୀକ୍ଷା ହେବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ , ତାହା ହେଲେ ପରୀକ୍ଷା ହୁଏତ ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ।

ଯଦି ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ । ଡିସେମ୍ୱର ୩୧ ପରେ ଖୋଲିପାରେ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ ଖୋଲିବା ନିଷ୍ପତିକୁ ପ୍ରତ୍ୟାହାର କରି ଆସନ୍ତା ଡିସେମ୍ୱର ୩୧ ଯାଏଁ ସ୍କୁଲ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଛନ୍ତି ।