ରେଲୱେରେ ହେବ ଏହି ଦୁଇ ପରିବର୍ତ୍ତନ! ଜାଣନ୍ତୁ, କଣ? ନହେଲେ ହେବ ଅସୁବିଧା

1,709

କନକ ବ୍ୟୁରୋ: ଭାରତୀୟ ରେଳ ଦୁନିଆର ଚତୁର୍ଥ ସବୁଠାରୁ ବଡ ନେଟୱାର୍କ । ଯେଉଁଥିରେ ବିଳାସପୂର୍ଣ୍ଣ ସୁବିଧାଠୁ ଆରମ୍ଭ କରି ଆପଣ ଲୋକାଲ ଟ୍ରେନର ସୁବିଧା ପାଇପାରିବେ । ପ୍ରତିଦିନ ଲୋକମାନେ ଟ୍ରେନରେ ଯାତାୟାତ କରିଥାନ୍ତି । କରୋନା ମହାମାରୀ ପାଇଁ ଭାରତୀୟ ରେଳ ଅନେକ ଟ୍ରେନ ବନ୍ଦ କରିଦେଇଥିଲା । ହେଲେ ଏବେ ଏହା ପୁଣି ଆରମ୍ଭ ହେଲାଣି ।

ପତ୍ୟେକ ବର୍ଷ ଭାରତୀୟ ରେଳ ଅକ୍ଟୋବର ମାସରେ ଟାଇମ ଟେବୁଲରେ ପରିବର୍ତ୍ତନ କରିଥାଏ । ହେଲେ କରୋନା ମହାମାରୀ ପାଇଁ ଗତ ବର୍ଷ ଏହା ହୋଇନଥିଲା । ହେଲେ ଏହି ଅକ୍ଟୋବର ମାସରେ ରେଲୱେ ନୂଆ ଟାଇମ ଟେବୁଲ ଜାରି କରିବ । ଆଉ ଏହା ମଧ୍ୟମରେ ଭାରତୀୟ ରେଲୱେ ଦୁଇଟି ସେବା ବନ୍ଦ କରିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ସେବା ବିଷୟରେ…

ଲିଙ୍କ ଏକ୍ସପ୍ରେସ ଓ ସ୍ଲିପ କୋଚ କମ କରିବାକୁ ପ୍ରସ୍ତୁତି
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରେଲୱେ ଲିଙ୍କ ଏକ୍ସପ୍ରେସ ଓ ସ୍ଲିପ କୋଚକୁ କମ କରିବାକୁ ଯୋଜନା କରୁଛି । ଏହା ଲାଗୁ ହେବା ପରେ ରେଲୱେକୁ ଆଉ ଟ୍ରେନରେ ଏକ୍ସଟ୍ରା କୋଚ ଲଗାଇବାକୁ ଓ ହଟାଇବାକୁ ପଡିବ ନାହିଁ । ଏହାଦ୍ୱାରା ସମୟ ବଞ୍ଚିବା ସହ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚି ପାରିବ । ଏହା ପ୍ରଥମେ ଉତ୍ତର ରେଲୱେରୁ ଆରମ୍ଭ ହେବ ।

କଣ ଏହି ଲିଙ୍କ ଏକ୍ସପ୍ରେସ
ଲିଙ୍କ ଏକ୍ସପ୍ରେସର ଅର୍ଥ ଯେତେବେଳେ ଅଲଗା ଅଲଗା ରୁଟରୁ ଆସୁଥିବା ଟ୍ରେନ ଗୋଟିଏ ଷ୍ଟେସନରେ ଏକାଠି ହୋଇଥାନ୍ତି । ଆଉ ସେଠାରୁ ପୁଣି ଗୋଟିଏ ସ୍ଥାନ ପାଇଁ ବାହାରିବେ ତାହାକୁ ଲିଙ୍କ ଏକ୍ସପ୍ରେସ କୁହାଯାଏ । ଆଉ ଯେତେବେଳେ ସେହି ଟ୍ରେନ ପୁଣି ସେହି ଷ୍ଟେସନକୁ ଫେରିଆସେ ଆଉ ସେଠାରୁ ପୁଣି ଅଲଗା ହୋଇ ଅଲଗା ଅଲଗା ରୁଟରେ ଚାଲିଯାଏ ତାକୁ ସ୍ଲିପ କୋଚ କୁହାଯାଏ ।