କନକ ବ୍ୟୁରୋ: ଭୁବନେଶ୍ୱରରେ ବୁଲାକୁକୁରଙ୍କ ଆତଙ୍କ ବଢୁଛି, କିନ୍ତୁ ପୋଷାକୁକୁରଙ୍କ ପାଇଁ କଡା ନିୟମ ଆଣିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ । ଏବେ ପେଷାକୁକୁରଙ୍କୁ ରଖିବା ପାଇଁ ବିଏମସି ଆଣିବାକୁ ଯାଉଛି ନୂଆ ନିୟମ । ନୂଆ ନିୟମ ଅନୁସାରେ,
ପୋଷାକୁକୁର କାମୁଡିଲେ କୁକୁର ମାଲିକଙ୍କୁ ୧୦ ହଜାର ଯାଏଁ ଜରିମାନା ହେବ
ପୋଷା କୁକୁର ମାଲିକ, ବାହାରେ କୁକୁରଙ୍କର ମଳତ୍ୟାଗ କରାଇପାରିବେ ନାହିଁ
ଯେକୌଣସି ସମୟରେ ପୋଷା କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ ମାଲିକ
କୁକୁର ରଖିଲେ ୫ ଶହ ଟଙ୍କା ଦେଇ ପଞ୍ଜୀକରଣ କରିବାକୁ ପଡିବ
ପଞ୍ଜୀକରଣ ବେଳେ ଟୀକାକରଣ ସାର୍ଟିଫିକେଟ ଦେବାକୁ ହେବ
ସହର ବାହାରୁ କୁକୁର ଆଣିଲେ ମାଲିକ ସପ୍ତାହେ ଭିତରେ ପଞ୍ଜୀକରଣ କରିବେ
କୁକୁରକୁ ଖେଳ ପାଇଁ ବ୍ୟବହାର କରିବାକୁ ହେଲେ ବିଏମସି ଅନୁମିତି ଆବଶ୍ୟକ
ରାସ୍ତା, ସାହି , ପାର୍କ, ଜନବସତି ଅଂଚଳରେ ମନଇଛା ବୁଲାଇପାରିବେ ନାହିଁ

Advertisment

ଅନେକଙ୍କ ମତରେ, ବିଏମସି ପୋଷାକୁକୁରଙ୍କ ପାଇଁ ନିୟମ ଆଣୁଥିଲେ ବୁଲାକୁକୁରଙ୍କ ପାଇଁ କିଛି ନ କରିବା ଚିନ୍ତାର ବିଷୟ । ରାଜଧାନୀରେ ଦିନକୁ ଦିନ ଭିଡ ବଡୁଛି । ୨୪ ଘଂଟାରେ ଲୋକଙ୍କ ଯିବା ଆସିବା ଜାରିରହୁଛି । ଏପରିକି ରାତି ୧୦ଟା ପରେ କାମ କରି ଲୋକେ ଘରକୁ ଫେରୁଛନ୍ତି । ଆଉ ଖାଲି ରାସ୍ତା ଦେଖିଲେ ବୁଲାକୁକୁର ଗୋଡାଇ ଗୋଡାଇ କାମୁଡୁଛନ୍ତି । ଏଭଳି ସ୍ଥିତିରେ ବୁଲାକୁକୁରଙ୍କ ପାଇଁ କି ନିୟମ ଆସିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

ବିଏମସି ପକ୍ଷରୁ ଏହି ନିୟମକୁ ପାସ୍ କରି ସରକାରଙ୍କ ପାଖକୁ ପଠାଯାଇଛି । ସରକାର ଏହାକୁ ଗ୍ରହଣ କଲେ ନୂଆ ନିୟମ ଲାଗୁ ହେବ । ତେବେ ପୋଷାକୁକୁରଙ୍କ ପାଇଁ ନୂଆ ନିୟମ ଆସୁଥିବାବେଳେ ବୁଲାକୁକୁରଙ୍କୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।