ସ୍ୱାଭିମାନ ଅଞ୍ଚଳରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସ୍କୁଲ । ମାଲକାନଗିରିର ବଣ୍ଡାଘାଟି, ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ

66

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ହବ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ। ଆଗାମୀ ୪ ମାସ ମଧ୍ୟରେ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ସେନ୍ସସ କରାଯାଇ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଲାଗି ଅଣ୍ଟା ଭିଡିଛି ଭିନ୍ନକ୍ଷମ କମିଶନ। ବିଶେଷ କାରି ମାଲକାନଗିରି ଜିଲ୍ଲାର ଭିନ୍ନକ୍ଷମ ମାନେ ନିଜ ଅଧିକାର ସମ୍ପର୍କରେ ଅବଗତ ନ ଥିବାରୁ ସରକାରୀ ସୁବିଧା ର ଲାଭ ଉଠାଇ ପାରୁ ନାହାନ୍ତି, ତେଣୁ ସ୍ୱାଭିମାନ ଅଂଚଳ, ବଣ୍ଡା ଘାଟି ସହ ପୁରା ମାଲକାନଗିରି ଜିଲ୍ଲା ଏବେ କମିଶନଙ୍କ ଫୋକସରେ।

ସ୍ୱାଭିମାନ ଅଂଚଳ ଧୁଳିପୁଟ ପଂଚାୟତ ମାରିଗୁଡା ଗାଁର ଲକ୍ଷ୍ମଣ ହନ୍ତାଳ । ସାତ ବର୍ଷ ଧରି ସଜ୍ଜାଶାୟୀ, ପିଲାଟି ଦୁନରୁ ମୁଣ୍ଡରେ ଟ୍ୟୁମର । ଟ୍ୟୁମର ଅସ୍ତ୍ରୋପଚାର ପରେ ମଧ୍ୟ ଆଉ ଚାଲି ପାରି ନଥିଲେ ଲକ୍ଷ୍ମଣ । ତେବେ ବିଳମ୍ବରେ ହେଉ ପଛେ, ଏବେ ଲକ୍ଷ୍ମଣଙ୍କ ପରି ଦିବ୍ୟାଙ୍ଗ ମୁହଁରେ ହସ ଫୁଟିବା ଆରମ୍ଭ ହୋଇଛି। ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସ୍ୱାଭିମାନ ଅଂଚଳ ଗସ୍ତ କରି ଲକ୍ଷ୍ମଣଙ୍କ ପରି ଅନେକ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକଲ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି ।

ସ୍ୱାଭିମାନ ଅଂଚଳର ୯ ଟି ଗ୍ରାମ ପଂଚାୟତ ସହ ଦୁର୍ଗମ ବଣ୍ଡା ଘାଟିରେ ଏବେ ବି ଅନେକ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ନିଜ ଅଧିକାର ସମ୍ପର୍କରେ ଅବଗତ ନୁହଁନ୍ତି ଆଦିବାସୀ। ତେଣୁ ବଣ୍ଡା ଘାଟି ଓ ସ୍ୱାଭିମାନ ଅଂଚଳରେ ସ୍ବତନ୍ତ୍ର ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିରର ଆୟୋଜନ କରି ପ୍ରତିଶୃତି ଦେଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲେଚନା ଦାଶ।

ଅନ୍ୟ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲାରେ କମିଶନ ନିକଟରେ ସବୁ ଠାରୁ କମ ଅଭିଯୋଗ ହୋଉଛି । ଆଉ ମାଲକାନଗିରି ଜିଲ୍ଲାରୁ ଆସି ଥିବା ୩ ଅଭିଯୋଗର ଶୁଣାଣି କରି ଫଇସଲା କରିଛି କମିଶନ।