ସରକାରୀ ସ୍କୁଲରେ ହେବ ସ୍ମାର୍ଟ ପାଠ । ଗଂଜାମ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ୫୦ଟି ସ୍କୁଲରେ ନିର୍ମାଣ ହୋଇଛି ସ୍ମାର୍ଟ ଶ୍ରେଣୀ ଗୃହ

463

କନକ ବ୍ୟୁରୋ: ସରକାରୀ ସ୍କୁଲ ହୋଇଛି ମର୍ଡର୍ନ ସ୍କୁଲ । ଘରୋଇ ସ୍କୁଲ ଭଳି ଚମୁକୁଛି ସରକାରୀ ସ୍କୁଲ । ଏହି ସବୁ ସ୍ମୁଲରେ ଅତ୍ୟାଧୁନିକ ପ୍ରଣାଳୀରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ଗଞ୍ଜାମ ଜିଲ୍ଲା ଜିଲତଲା ହିଞ୍ଜିଳି ଓ ଶେରଗଡ଼ ବ୍ଲକର ୫୦ ବିଦ୍ୟାଳୟକୁ ମର୍ଡ଼ନ ସ୍କୁଲ କରାଯାଇଛି । ଏହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବହୁ ଉତ୍ସାହିତ ଅଛନ୍ତି

ସରକାରୀ ବିଦ୍ୟାଳୟର ନୂଆ ରୂପ । ଏଣିକି ଘରୋଇ ସ୍କୁଲ ଭଳି ଅତ୍ୟାଧୁନିକ ପ୍ରଣାଳୀରେ ପାଠ ପଢିବେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏଥିପାଇଁ ଗଂଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ ବ୍ଲକର ୫୦ଟି ସ୍କୁଲରେ ନିର୍ମାଣ ହୋଇଛି ସ୍ମାର୍ଟ ଶ୍ରେଣୀ ଗୃହ । ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ୩ଟି ରଙ୍ଗର ଯଥା ସବୁଜ, ଧଳା ଓ କଳା ରଙ୍ଗର ବୋର୍ଡ଼ ରହିଛି । ଏହାସହ ସ୍ମାର୍ଟ ଟିଭିର ବ୍ୟବସ୍ଥା ହୋଇଛି । ସ୍ମାର୍ଟ କ୍ଲାସ ରୁମ୍ ହେବା ପରଠାରୁ ଶିକ୍ଷକମାନେ ପିଲାଙ୍କୁ ମଧୁ ଆପ୍ କିମ୍ବା ପିପିଟି ମାଧ୍ୟମରେ ପାଠ ପଢାଉଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀ ଖୁବ୍ ଶୀଘ୍ର ପାଠ ବୁଝିପାରୁଛନ୍ତି ।

ରାଜ୍ୟ ସରକାର ଆରମ୍ଭ କରିଥିବା ମଡେଲ୍ ସ୍କୁଲରେ ଇ- ଲାଇବ୍ରେରୀ, ସାଇନ୍ସ ଲ୍ୟାବ ସାଙ୍ଗକୁ ସୁନ୍ଦର ପରିବେଶ ରହିଛି । ଇ-ଲାଇବ୍ରେରୀରେ ୧୦ଟି କମ୍ପୁଟର ଥିବା ବେଳେ ୫୮୦ଟି ବହି ରହିଛି । ସବୁଠାରୁ ବଡକଥା ହେଉଛି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଇଛି । ଏଥିପାଇଁ ମର୍ଡନ ସ୍କୁଲରେ ଇଂଟରଭ୍ୟୁ ବୋର୍ଡ ରହିଛି । ଏଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ସ୍କୁଲର ଶୁଭ ଉଦଘାଟନ୍ କରିଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଖୁବ୍ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।