ଗୋଟିଏ ରାଜ୍ୟ ଗୋଟିଏ ବଜାର । ରାଜ୍ୟର କୃଷିଜାତ ଦ୍ରବ୍ୟ ପାଇଁ ରହିବ ଗୋଟିଏ ବଜାର

156

କନକ ବ୍ୟୁରୋ : ଗୋଟିଏ ରାଜ୍ୟ ଗୋଟିଏ ବଜାର । ରାଜ୍ୟର କୃଷିଜାତ ଦ୍ରବ୍ୟ ପାଇଁ ରହିବ ଗୋଟିଏ ବଜାର । ଅର୍ଥାତ୍ ରାଜ୍ୟର ଜଣେ ଚାଷୀ ତାର ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ସ୍ଥାନରେ ବିକ୍ରି କରିପାରିବ । କେନ୍ଦ୍ର ସରକାରଙ୍କ କୃଷି ବିଲ୍ ଭଳି ରାଜ୍ୟ କ୍ୟାବିନେଟ୍ ଏ ନେଇ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଛି । ନଜର ପକାନ୍ତୁ କ’ଣ ରହିଛି ଅଧ୍ୟାଦେଶରେ?

ରାଜ୍ୟସ୍ତରରେ ଏକକ ବଜାର ।
ଘରୋଇ ବଜାରରେ ପ୍ରତିଯୋଗିତାମୂଳକ ମୂଲ୍ୟ ପାଇବେ ଚାଷୀ ।
ବାଣିଜ୍ୟ କାର୍ଯ୍ୟରେ ସ୍ୱଚ୍ଛତା ବୃଦ୍ଧି।
ବଜାରର ଏକକୀରଣ ପାଇଁ ଇ-ବାଣିଜ୍ୟର ପ୍ରୋତ୍ସହାନ କରାଯିବ ପାଇଁ ପ୍ରସ୍ତାବ ରହିଛି।
କୃଷିଜାତ ଦ୍ରବ୍ୟ ବିକ୍ରୟ ଉପରେ ଭୌଗଳିକ ପ୍ରତିବନ୍ଧକ ହଟାଇବା ଏବଂ ଉତ୍ପାଦକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ରାଜ୍ୟର ଯେକୌଣସି ସ୍ଥାନରେ ବିକ୍ରିୟ କରିବାକୁ ଅନୁମତି ମିଳିବ ।

ରାଜ୍ୟରେ କୃଷି ମାର୍କେଟିଂ ଏବଂ ରାଜ୍ୟ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନ କରାଯିବ
କୃଷି ଅଧ୍ୟାଦେଶକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସରକାରଙ୍କ ଏହି ନିଷ୍ପତିକୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି କେନ୍ଦ୍ର ସରକାରଙ୍କ ଢାଂଚାରେ ରାଜ୍ୟ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି । ଏବେ ଏହାକୁ ଲାଗୁ କରୁଛନ୍ତି କେବଳ ରାଜନୈତିକ ଉଦେଶ୍ୟ ରଖି ବିଜେଡି ରାଜ୍ୟ ସଭାରେ ବିରୋଧ କରିଥିଲା । କଂଗ୍ରେସ କହିଛି ବିଜେଡି ଓ ବିଜେପି ପରିପୂରକ । କେନ୍ଦ୍ରକୁ ଅନୁସରଣ କରି ଏହି ଅଧ୍ୟାଦେଶ ଆଣିଛନ୍ତି ସରକାର । ବିଜେଡି କହିଛି ଏହା ସଂପୂର୍ଣ୍ଣ ଭିନ୍ନ । ଏହା ଦ୍ୱାରା ଚାଷୀ ଲାଭ ପାଇ ପାରିବେ ।

ଚାଷୀଙ୍କୁ ଲାଭ ଦେବା ପାଇଁ କୃଷି ଅଧାଦେଶ ଆଣିଛନ୍ତି ସରକାର । କିନ୍ତୁ ଚାଷୀ କେବେ ଲାଭ ପାଇବେ ତାହା ସବୁଠୁଁ ବଡ ପ୍ରଶ୍ନ । କେବଳ ଆରଏମସି ଜରିଆରେ ନୁହେଁ, ଘରୋଇ ବଜାରରେ ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିପାରିବେ । ଫଳରେ ଚାଷୀଙ୍କ ପାଇଁ କୌଣସି ଭୌଗଳିକ ପ୍ରତିବନ୍ଧକ ରହିବ ନାହିଁ ଏବଂ ସେମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ଯୁକ୍ତି ବାଢିଛନ୍ତି ରାଜ୍ୟ ସରକାର ।