କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ସଚିବ ।

662

କନକ ବ୍ୟୁରୋ : କରୋନା ମୁକାବିଲା ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ଘରୋଇ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ବିଏମସି କିମ୍ବା ମ୍ୟୁନିସପାଲଟି ପକ୍ଷରୁ କୌଣସି ପୋଷ୍ଟର ଲଗାଯିବନାହିଁ । ଏନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ।

ତେବେ ପୂର୍ବରୁ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଆଗରେ କ୍ୱାରେଣ୍ଟିନ ପୋଷ୍ଟର ଲଗାଯାଉଥିଲା । କିନ୍ତୁ ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର ।

Comments are closed.