କନକ ବ୍ୟୁରୋ : କରୋନା ମୁକାବିଲା ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ଘରୋଇ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ବିଏମସି କିମ୍ବା ମ୍ୟୁନିସପାଲଟି ପକ୍ଷରୁ କୌଣସି ପୋଷ୍ଟର ଲଗାଯିବନାହିଁ । ଏନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ।
ତେବେ ପୂର୍ବରୁ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଆଗରେ କ୍ୱାରେଣ୍ଟିନ ପୋଷ୍ଟର ଲଗାଯାଉଥିଲା । କିନ୍ତୁ ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/16-1.jpg)