କନକ ବ୍ୟୁରୋ: ଏଣିକି ପର୍ବପର୍ବାଣୀରେ ଶିକ୍ଷାନୁଷ୍ଠାନରେ ହେବନାହିଁ କୌଣସି ପକ୍ଷପାତିତା। ଛାତ୍ରଛାତ୍ରୀଙ୍କୁ ରାକ୍ଷୀ, ତିଲକ, ମେହେନ୍ଦି ଲଗାଇବାକୁ ମନା କରିପାରିବେନି ସ୍କୁଲ କର୍ତ୍ତୃପକ୍ଷ। କୌଣସି ଦଣ୍ଡ ମଧ୍ୟ ଦିଆଯାଇପାରିବ ନାହିଁ। ସମସ୍ତ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ କମିସନ ଫର୍ ପ୍ରୋଟେକସନ୍ ଅଫ୍ ଚାଇଲଡ୍ ରାଇଟସ୍। ପୂର୍ବରୁ ଅନେକ ସମୟରେ ସ୍କୁଲରେ ପର୍ବପର୍ବାଣୀ ସମୟରେ ହେଉ ଅବା ଅନ୍ୟ ସମୟରେ ତିଲକ, ମେହେନ୍ଦି ଓ ପୋଷାକ ପରିଧାନକ ସ୍କୁଲ କର୍ତ୍ତୃପକ୍ଷ ବାରଣ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏବେ ଏହାକୁ ନେଇ ଶକ୍ତ ହୋଇଛନ୍ତି ଏନସିପିସିଆର। ଏନେଇ ଏନସିପିସିଆର କର୍ତ୍ତୃପକ୍ଷ ସମସ୍ତ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
ଶିକ୍ଷାନୁଷ୍ଠାନରେ ହେବନାହିଁ କୌଣସି ପ୍ରକାର ପକ୍ଷପାତିତା । ଛାତ୍ରଛାତ୍ରୀଙ୍କୁ ରାକ୍ଷୀ, ତିଳକ କିମ୍ବା ମେହେନ୍ଦି ଲଗାଇବାକୁ ମନା କରିପାରିବେନି କର୍ତ୍ତୃପକ୍ଷ
/kanak/media/post_attachments/wp-content/uploads/2024/08/444.jpeg)