ବଢ଼ିବନି ବୟସ୍କ, ବିଧବା ଓ ଭିନ୍ନକ୍ଷମ ଭତ୍ତା । ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା

3,120

କନକ ବ୍ୟୁରୋ: ବଢ଼ିବନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପରିମାଣ । ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସ୍ପଷ୍ଟ କରିଛନ୍ତି । ଯାହା ଫଳରେ ଭତ୍ତା ବୃଦ୍ଧି ପାଇଁ ଯେଉଁ ଦାବି ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । ଆଉ ଭତ୍ତା ପାଉଥିବା ପ୍ରାୟ ୫୩ଲକ୍ଷ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ଆଶା ମଉଳି ଯାଇଛି ।

ସରକାରଙ୍କ ସୂଚନା ଅନୁସାରେ, ସେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ରାଜ୍ୟରେ ସମୁଦାୟ, ୫୩ଲକ୍ଷ ୮ହଜାର ୯୬୭ଜଣ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତା ଦିଆଯାଉଛି । ରାଜ୍ୟରେ ମୋଟ ୫୩ଲକ୍ଷ ୮ହଜାର ଓଡ଼ିଶାରେ ବାର୍ଦ୍ଧକ୍ୟ ଭତା ପରିମାଣ ୫୦୦ ଟଙ୍କା ରହିଥିବା ବେଳେ ବିଧବା ଭତା ୭୦୦ ଟଙ୍କା ଓ ଭିନ୍ନକ୍ଷମ ଭତା ରହିଛି ୯୦୦ ଟଙ୍କା । ଏହି ଯୋଜନାରେ ଆହୁରି ୨ଲକ୍ଷ ୪୭୧ ଜଣ ଭତା ପାଇବା ଅପେକ୍ଷାରେ ରହିଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ଭତା ପ୍ରଦାନ କରାଯିବ । ଭତା ଟଙ୍କାର ପରିମାଣ ବଢ଼ିବ ନାହିଁ ମେନ୍ତ୍ରୀଙ୍କ ସୂଚନା ପରେ ହିତାଧିକାରୀଙ୍କ ଆଶା ମଉଳିଯାଇଛି । ତେବେ ଅନ୍ୟ ରାଜ୍ୟରେ ଏହି ଭତା ପରିମାଣ ଅଧିକ ରହିଥିବା ବେଳେ ଓଡ଼ିଶାରେ କାହିଁକି ବଢ଼ାଯାଉ ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଭତା ପରିମାଣ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି କରାଯାଇଛି । କିନ୍ତୁ କିଛି ଫଳ ଶୂନ ହୋଇଛି ।..ଆସନ୍ତୁ ନଜର ପକାଇବା ଆମ ଦେଶର କିଛି ରାଜ୍ୟରେ ଦିଆଯାଉଥିବା ଭତାର ତଥ୍ୟ ଉପରେ । ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଏହି ଭତା ପରିମାଣ ଓଡ଼ିଶା ଠାରୁ ଅଧିକ ରହିଛି । ଆନ୍ଧ୍ର ପ୍ରଦେଶରେ ବାର୍ଦ୍ଧକ୍ୟ ଓ ବିଧବା ଭତା ୨୫୦୦ ଟଙ୍କା ରହିଥିବା ବେଳେ ତେଲେଙ୍ଗାନାରେ ବାର୍ଦ୍ଧକ୍ୟ ଭତା ୨ହଜାର, ବିଧବା ଭତା ୨ହଜାର ଓ ଭିନ୍ନକ୍ଷମ ଭତା ପରିମାଣ ରହିଛି ୩ହଜାର ଟଙ୍କା । ଅରୁଣାଚଳ ପ୍ରଦେଶରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ୨ହଜର ଟଙ୍କା ରହିଛି । ସେହିପରି ଉତରାଖଣ୍ଡ ଓ ପଞ୍ଜାବରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ୧୫୦୦ ଟଙ୍କା ଲେଖାଏଁ ରହିଥିବା ବେଳେ ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହାର ପରିମାଣ ରହିଛି ୧୦୦୦ ଟଙ୍କା ।