୩ ମାସ ହେବ ମିଳୁନି ସରକାରଙ୍କ ଚାଉଳ : ନହୁଣି ପଞ୍ଚାୟତରେ ଅନେକ ହିତାଧିକାରୀ ଚାଉଳ ନପାଇ ଜାହିର କଲେ ଅସନ୍ତୋଷ, ବିଡିଓଙ୍କ ନିକଟରେ ଫେରାଦ

133

କନକ ବ୍ୟୁରୋ : ସରକାରଙ୍କ ମାଗଣା ଚାଉଳ ପାଉ ନାହାନ୍ତି ହିତାଧିକାରୀ । ତିନି ମାସ ହେବ ପାଇନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏହାପରେ ଧାରଣା ଦେଇଛନ୍ତି । କେନ୍ଦ୍ରାପଡା ରାଜକନିକା ବ୍ଲକ ଅନ୍ତର୍ଗତ ନହୁଣି ପଞ୍ଚାୟତ ଉପାନ୍ତ ପଙ୍କି ଗାଁର ବହୁ ହିତାଧିକାରୀ ସରକାରଙ୍କ ମାଗଣା ଚାଉଳ ପାଇ ନଥିବା ଅଭିଯୋଗ କରିଛନ୍ତି । ଏହାପରେ ବ୍ଲକ ଘେରି ଦାବି ପତ୍ର ଦେଇଛନ୍ତି । ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ଭେଟି ହିତାଧିକାରୀ ଦାବିପତ୍ର ଦେଇଛନ୍ତି ।

ଯେଉଁଥିରେ ପଙ୍କି ଗାଁର ଡିଲର କୁଶାସନ ନାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆଣିଛନ୍ତି । ଫେବୃଆରୀ, ମାର୍ଚ୍ଚ ମାସର ଚାଉଳକୁ ବହୁ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିନଥିବା ଅଭିଯୋଗ କରିଛନ୍ତି । ଫଳରେ ଚାଉଳକୁ ଅନେଇ ବସିଥିବା ଶହ ଶହ ଗରିବ ପରିବାର ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏ ସମ୍ପର୍କରେ ସମ୍ପୃକ୍ତ ଡିଲରଙ୍କୁ ପଚାରିଲେ ବିଭିନ୍ନ ଆଳ ଦେଖାଇ କଥାକୁ ଏଡାଇ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ଉଠିଥଲେ ।