କନକ ବ୍ୟୁରୋ : ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତ୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲ୍ୟୁସୋନ ସ୍ଥିଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ହେଲେ ଚଳିତ ବର୍ଷ ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ନଖୋଲିଲେ ମଧ୍ୟ ପିଲାମାନେ ସ୍କଲାରସିପ ପାଇପାରିବେ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।