ଏଥର ମୌସୁମୀ ପ୍ରଭାବରେ ଦେଶରେ ଅଧିକ ବର୍ଷା ହେଲେ ଓଡିଶାରେ କମ୍ ବର୍ଷିବ । ପାଣିପାଗ ବିଭାଗର ଆକଳନ ।

165

କନକ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଦୀର୍ଘ ଅବଧି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରାଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି ‘ଏଲ୍-ନିନୋ’ ପରେ ‘ଲା-ନିନା’ ପ୍ରଭାବ ଯୋଗୁଁ ଦେଶରେ ଭଲ ବର୍ଷା ହେବ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୦୬ ପ୍ରତିଶତ ବର୍ଷା ହେବା ଆକଳନ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

ତେବେ ଓଡ଼ିଶାରେ କିଛି ଅଞ୍ଚଳରେ ସ୍ୱାଭାବକ ବର୍ଷା ହେବ ଏବଂ କିଛି ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆକଳନ ଅନୁଯାୟୀ ପୂର୍ବ ଓ ଉତର-ପୂର୍ବ ଭାରତର କିଛି ଅଞ୍ଚଳରେ କମ୍ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।