ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ : ଆଜି ଉଦଘାଟନ କରିବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଫେବ୍ରୁଆରୀ ୨୮ ଯାଏଁ ମିଳିବ ସେବା; ୨୫ଟି କଟେଜ ପାଇଁ ଅନଲାଇନରେ ହେବ ବୁକିଂ

238

କନକ ବ୍ୟୁରୋ : ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଂଚାୟତ ବାଲିପୁଟର ମହାନଦୀ କୂଳରେ ରହିଛି ଏହି ସାତକୋଶିଆ ଗଣ୍ଡ । ଏଠାରେ ଚଳିତବର୍ଷ ନୂତନ ଭାବେ ଇକୋ-ରିଟ୍ରିଟର ଶୁଭାରମ୍ଭ ହେବ । ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଚନ କରିବେ । ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ-ରିଟ୍ରିଟ ଆରମ୍ଭ ହୋଇଥିଲା ।

ଚଳିତବର୍ଷ ଏହା କୋଣାର୍କ ସମେତ ସାତକୋଶିଆ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ମହାନଦୀର ବାଲିପୁଟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ଆଜି ଏହାର ଭର୍ଚୁଆଲ ଉଦଘାଟନ ହେବ । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ରାଜ୍ୟ ସରକାରଙ୍କ ପ ର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଦକାଳୀନ ଭିତିରେ ଏହି ସେବାର ଆରମ୍ଭ କରାଯାଇଛି ।