କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଆସିପାରେ ତୁର୍କୀ ଭଳି ଭୂମିକମ୍ପ । ଆପଣ ସମସ୍ତଙ୍କର ମନେ ଥିବ ତୁର୍କୀରେ ନିକଟରେ ହୋଇୟତିବା ୭.୮ ତୀବ୍ରତାର ଭୂମିକମ୍ପ ବାବଦରେ । ଏହି ଭୂମିକମ୍ପ ସବୁଦିନ ପାଇଁ ତୁର୍କୀର ରୂପକୁ ବଦଳାଇ ରଖିଦେଇଥିଲା । ସେଠି ବର୍ତ୍ତମାନ ସବୁ କିଛି ଶେଷ ହୋଇଯାଇଛି । ଏହା ପରେ ଆଫଗାନିସ୍ତାପ ହିନ୍ଦୁକୁଶରେ ଆସିଥିବା ୬.୬ ତୀବ୍ରତାର ଭୂମିକମ୍ପ ସମସ୍ତଙ୍କ ହୋସ ଉଡାଇଦେଇଥିଲା । ଏହି ଭୂମିକମ୍ପ ସମସ୍ତଙ୍କୁ ତୁର୍କୀରେ ହୋଇଥିବା ଭୂମିକମ୍ପର ମନେ ପକାଇଦେଇଥିଲା । ତେବେ ଏହି ସଙ୍କଟ ପରେ ଗୋଟିଏ ରିପୋର୍ଟ ପୁଣି ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି । ଏହି ରିପୋର୍ଟ ହେଉଛି ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅର୍ଥାତ ଏନଜିଆରଆଇର । ଏଥିରେ ଏହା କୁହାଯାଇଛି ଯେ ତୁର୍କୀ ଭଳି ଏକ ଭୂକମ୍ପ ଭାରତର ଉତ୍ତରାଖଣ୍ଡରେ ଆସିପାରେ । ତେବ କଣ ଏହି ରିପୋର୍ଟ, ଏଥିରେ କଣ ଲେଖାହୋଇଛି ତା ଉପରେ ଆସନ୍ତୁ କଥା ହେବା ।

Advertisment

ଆଫଗାନିସ୍ତାନରେ ଆସିଥିବା ୬.୬ ତୀବ୍ରତାର ଭୂମିକମ୍ପ ଯୋଗୁ ଦିଲ୍ଲୀ ଏନସିଆର ସମେତ ଅନ୍ୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଭାରତର ଅନେକ ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି । ଭାରତରେ ଏହାର ତୀବ୍ରତା ୪.୨ ତୀବ୍ରତାର ଥିଲା । ପାକିସ୍ତାନରେ ଏହାଠାରୁ ମଧ୍ୟ ଶକ୍ତିଶାଳୀ ଝଟକା ଲାଗିଥିଲା ।

ବର୍ତ୍ତମାନ ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅର୍ଥାତ ଏନଜିଆରଆଇର ଗୋଟିଏ ପୁରୁଣା ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ବୈଜ୍ଞାନିକ ଦାବି କରିଛନ୍ତି ଯେ ଶୀଘ୍ର ଭାରତରେ ଗୋଟିଏ ଶକ୍ତିଶାଳୀ ଭୂମିକମ୍ପର ଝଟକା ଲାଗିପାରେ । ଏହାର କେନ୍ଦ୍ରସ୍ଥଳ ହିମାଳୟ ହୋଇପାରେ । ସବୁଠାରୁ ଅଧିକ ସମ୍ଭାବନା ରହିଛି ଯେ ଭୂମିକମ୍ପ ଉତ୍ତରାଖଣ୍ଡରେ ଅନଭୂତ ହେବ । ଏଠାରେ ୧୮ ସେସମୋଗ୍ରାଫ ଷ୍ଟେସନର ଗୋଟିଏ ନେଟୱାର୍କ ରହିଛି । ଉତ୍ତରାଖଣ୍ଡ ସମେତ ହିମାଚଳ, ନେପାଳର ପଶ୍ଚିମ ପାଶ୍ୱର୍ରେ ବି ସେସମିକ ଗ୍ୟାପ ଥିବା ଅଞ୍ଚଳ ରହିଛି । ଯାହା ଭୂମିକମ୍ପ କ୍ଷେତ୍ର ମଧ୍ୟରେ ଆସିପାରେ । କେବଳ ଏହା ନୁହେଁ ଭାରତୀୟ ପ୍ଲେଟ ପ୍ରତ୍ୟେକ ବର୍ଷ ୫ ସେଣ୍ଟିମିଟର ଆଗକୁ ବଢିବାରେ ଲାଗିଛି । ତେଣୁ ଆଶା ରହିଛି ଯେ ଶୀଘ୍ର ଭାରତରେ ଗୋଟିଏ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହେବ ।

ଏନଜିଆରଆଇର ମୁଖ୍ୟ ବୈଜ୍ଞାନିକ ଡ. ଏନ ପୂର୍ଣ୍ଣଚନ୍ଦ୍ର ରାଓ କହିଛନ୍ତି ଟାକଟନିକ୍ସ ପ୍ଲେଟର ଗତି କାରଣରୁ ହିମାଳୟ ଅଞ୍ଚଳରେ ଭୟଙ୍କର ସ୍ଥିତି ଉତ୍ପନ୍ନ ହୋଇଛି । ତେଣୁ ବଡଧରଣର ଭୂମିକମ୍ପ ଆସିପାରେ । ଯାହାର ତୀବ୍ରତା ୭ରୁ ଅଧିକ ରହିପାରେ ।

ଆଫଗାନିସ୍ତାନରେ ଆସିଥିବା ଭୂମିକମ୍ପ କାରଣରୁ ଆମକୁ ତୁର୍କୀର ଭୂମିକମ୍ପ କଥା ମନେ ପକାଇଦେଉଛି । ଏବେ ପୁରୁଣା ରିପୋର୍ଟ ବାହାରକୁ ଆସିଛି ଯାହା ମନେରେ ଭୟର ବାତାବରଣ ସୃଷ୍ଟି କରିଦେଉଛି । ଆଗାମୀ ଦିନରେ ଭାରତରେ ଯେଉଁ ଭୂମିକମ୍ପ ଆସୁଛି ତାହାର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡ ରହିପାରେ ।