କନକବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣୀ ବିଧାନସଭା ଆସନ । ଏସସି ସଂରକ୍ଷିତ ଏହି ଆସନରେ ଏଥର ତ୍ରିମୁଖୀ ଲଢେଇ ଦେଖିବେ ଜନତା । ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ କଡ୍ା ଟକ୍କର । ୨୦୧୯ରେ ବିଜେପିର ପ୍ରଦୀପ୍ତ ନାୟକଙ୍କ ହାତକୁ ଯାଇଥିଲା ଭବାନୀପାଟଣା ଆସନ ।
କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ପ୍ରଦୀପ୍ତ ନିର୍ବାଚନ ମଣ୍ଡଳିରୁ ଦୂରେଇ ଯାଇଥିଲେ ମଧ୍ୟ ତାଙ୍କ ସଂଗଠନ ସୁଦୃଢ ରହିଛି, ତେଣୁ ସେ ପୁନର୍ବାର ବିଜୟୀ ହେବେ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି । ୧୯ ଲଢେଇରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ଦୁଷ୍ମତ ନାୟକଙ୍କ ପତ୍ନୀ ଲଳିତା ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ ।
ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଅସ୍ତ୍ର କରି ଘର ଘର ବୁଲି ଭୋଟ ମାଗୁଛନ୍ତି । ମହିଳା ଭୋଟରଙ୍କୁ ଭରସା କରି ବାଜିମାତ୍ କରିବାର ଆଶା ରଖିଛନ୍ତି ଲଳିତା ।
ବିଜେଡି-ବିଜେପିକୁ ଚେକ୍ ଦେବାକୁ କଂଗ୍ରେସ ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଭକ୍ତ ଦାସଙ୍କ ପୁଅ ସାଗର ଦାସ । କଂଗ୍ରେସ ଗ୍ୟାରେଂଟି ନେଇ ପ୍ରଚାର କରୁଛନ୍ତି, ସାଗରଙ୍କ ଟାର୍ଗେଟ୍ରେ ଅଛନ୍ତି ଯୁବ ଭୋଟର । କଳାହାଣ୍ଡି ଜିଲ୍ଲାର ହେଡ୍କ୍ୱାର୍ଟର ଭାବନୀପାଟଣାରେ ୩ ଦଳର ସମ୍ମାନର ଲଢେଇ ହେବ । ତେବେ ଜନତାଜନାର୍ଦ୍ଦନ କାହା ମୁଣ୍ଡରେ କଳସ ଢାଳୁଛନ୍ତି ତାହା ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/04/42-6.jpg)