ବୁର୍ଲା ବଡ ମେଡିକାଲରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ : ଆସନ୍ତା ୭ ଦିନ ଭିତରେ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ; ରହିବ ୧୦୦ଟି ଶଯ୍ୟା ଓ ୨୪ ଆଇସିୟୁ ବ୍ୟବସ୍ଥା

72

କନକ ବ୍ୟୁରୋ : ବୁର୍ଲା ବଡ ମେଡିକାଲରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଭିମ୍ସାରରେ ସ୍ଥିତି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିମସାର ଗସ୍ତ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମୀକ୍ଷା କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ହେବ । ଏହା ସହ ଏଥିରେ ୨୪ଟି ଆଇସିୟୁ ବ୍ୟବସ୍ଥା ମଧ୍ୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଏଥିସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା କୋଭିଡ୍ ହସ୍ପିଟାଲ ଗସ୍ତ କରି ସେଠାକାର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । ଭିମ୍ସାରର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ହେବା ଫଳରେ ପଶ୍ଚିମ ଓଡିଶାରେ କୋଭିଡ୍ ରୋଗୀଙ୍କ ପାଇଁ ଅଧିକ ସୁବିଧା ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।