କନକ ବ୍ୟୁରୋ : ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା ।  ବିଜେପି ପୋଚିଂ କରି ଘର ଭାଙ୍ଗିବା କାମ ଆରମ୍ଭ କରିଥିବା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି । ଏହାର ଜବାବରେ ପୂର୍ଣ୍ଣ ସେଠୀ କହିଛନ୍ତି, ଯୋଗାଯୋଗରେ ଅଛନ୍ତି ନେତା, ଦଳ ହଁ କହିଲେ ନେତାଙ୍କ ଧାଡ଼ି ଲମ୍ବିଯିବ । ଗଣେଶ୍ୱର ବେହେରା କହିଛନ୍ତି ନିର୍ବାଚନ ପରାଜୟର ସମୀକ୍ଷା କରି ସଂଶୋଧନ କରିବା ଜରୁରୀ । ଦଳକୁ ଚଳଚଞ୍ଚଳ କରିବା ଏକାନ୍ତ ଆବଶ୍ୟକ । ସେ କଥା ନବୀନ ପଟ୍ଟନାୟକ କରୁଛନ୍ତି । ଦଳ ଅଛି ମାନେ ଅସନ୍ତୋଷ ରହିବ ବୋଲି କହିଛନ୍ତି ଗଣେଶ୍ବର । ଦଳର ସାଂଗଠନିକ ସ୍ଥିତି ଦୁର୍ବଳ ଅଛି ବୋଲି ସ୍ୱୀକାର କରିଛନ୍ତି ଗଣେଶ୍ବର । ସେପଟେ ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି, ବିଜେଡିର ବହୁ ନେତା ଦଳ ଛାଡ଼ିଦେବେ ବୋଲି ଭିତିରିଆ ଭାବେ ତାଙ୍କୁ କହୁଛନ୍ତି । ସେଠାରେ ଅଣନିଶ୍ୱାସୀ ହୋଇ କେତେ ଦିନ ଆଉ ରହିବୁ ବୋଲି ନେତା କହୁଥିବା ବିଜେପି ବିଧାୟକ କହିଛନ୍ତି ।

ଏପରିକି ସେମାନେ ଯୋଗାଯୋଗରେ ଅଛନ୍ତି ଏବଂ ଯେଉଁ ଦିନ ଦଳ ହଁ କହିବ ଧାଡ଼ି ଲମ୍ବିବ ବୋଲି ପୂର୍ଣ୍ଣ ସେଠୀ କହିଛନ୍ତି । ଏପରିକି ବିଜେଡି ସମ୍ପୂର୍ଣ୍ଣ ଖାଲି ହେଇଯିବ ବୋଲି କହିଛନ୍ତି ।  ବିଜେଡିରେ ଥିଲେ ସେହି ଅନୁଭବ ଅନୁଯାୟୀ କହୁଛନ୍ତି ଯେ, ବର୍ତ୍ତମାନ ଯାହା ଚାଲିଛି ସେଠି ଲାଗୁଛି ଦଳ ଖୁବଶୀଘ୍ର ଖାଲି ହୋଇଯିବ । ବିଜେଡିର ନେତା ମାନେ ବର୍ତ୍ତମାନ ଅଣନିଶ୍ୱାସୀ ହୋଇକି ପ୍ରମାଦ ଗଣୁଛନ୍ତି । ତେଣୁ ଖାଲି ହେବନି ତ କଣ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ।