ବଡ଼ଦାଣ୍ଡରେ ହେବ ମହାଯଜ୍ଞ: ସାମିଲ ହେବେ ମୁଖ୍ୟମନ୍ତ୍ରୀ, ଦେବେ ପୂର୍ଣ୍ଣାହୁତି

129

କନକ ବ୍ୟୁରୋ: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର କରିଥିବା ବ୍ଲୁ-ପ୍ରିଂଟ ଅନୁଯାୟୀ ଆରମ୍ଭ ହେବ କାମ । ହେରିଟେଜ କରିଡରର ଭୂମିପୁଜନ ପାଇଁ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନଭେମ୍ବର ୨୨ରୁ ୨୪ ତିନି ଦିନ ଧରି ମହାଯଜ୍ଞ ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିରର ଉତର ପାଶ୍ୱର୍ ମଠ ପାଖରେ ଯଜ୍ଞର ପୂର୍ଣ୍ଣାହୁତି ଯଜ୍ଞ ମଣ୍ଡପ ତିଆରି ଚାଲିଛି । ବଡ କଥା ହେଉଛି ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ପୁର୍ଣ୍ଣହୁତିରେ ସାମିଲ ହେବା ସହ ଭୂମିପୁଜନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଛି ।

ହେରିଟେଜ ଯୋଜନାରେ ଯାତ୍ରୀ ପରିକ୍ରମା ଯୋଜନାରେ କାକୁଡିଖାଇ ମନ୍ଦିର ସାମ୍ନା ମେଘନାଦ ପାଚେରୀ ସବୁଜ ବଳୟକୁ ଛାଡି ବ୍ୟାରିକେଡ ହେବ । ଶ୍ରଦ୍ଧାଳୁ ମାନେ ପାଦ ଧୁଆ କେନ୍ଦ୍ର ଦେଇ ସିଂହଦ୍ୱାରରେ ପ୍ରବେଶ କରିବେ । କାକୁଡି ଖାଇ ମନ୍ଦିର ପାଖରେ ଭୂତଳ ପାର୍କିଂ ଓ ଜିନିଷ ଘର ରହିବ । ଶ୍ରୀମନ୍ଦିର ଚୌହଦିର ଚାରି କୋଣରେ ଚାରୋଟି ସୁରକ୍ଷା ଓ ୱାଚ ଟାୱାର ନିର୍ମାଣ ହେବ । ପରିକ୍ରମା ପରିକଳ୍ପନାରେ ସାତୋଟି ଲେନ୍ ରହିବ । ଗୋଟିଏ ଲେନରେ ମେଘନାଦ ପାଚେରୀ କଡକୁ ଲାଗି ଉଦ୍ୟାନ ରହିବ । ଏହି ଉଦ୍ୟାନକୁ ଲାଗି ଭକ୍ତଙ୍କ ପରିକ୍ରମା ପଥ ନିର୍ମାଣ ହେବ । ଏହି ଦୁଇ ଲେନକୁ ଲାଗି ଠାକୁରଙ୍କ ପରିକ୍ରମା ପଥ ରହିବ ।