ସମ୍ବଲପୁରରେ ହେବ ବଡ ରାଜନୈତିକ ଲଢ଼େଇ: ପ୍ରଣବଙ୍କ ଗସ୍ତ ସୂଚୀ ବଢ଼ାଇଲା ଚର୍ଚ୍ଚା

253

କନକ ବ୍ୟୁରୋ: ଆସନ୍ତାକାଲି ମୋଦୀ ସମ୍ବଲପୁର ଆସିବାକୁ ଥିବା ବେଳେ ଆଉ ଏକ ଖବର ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ତାହା ହେଉଛି ଶାସକ ଦଳ ବିଜେଡିର ଅନ୍ୟତମ ଶୀର୍ଷ ନେତା ଦୁଇ ଦିନ ପରେ ଯାଉଛନ୍ତି ସମ୍ବଲପୁର । ଲୋକସଭା ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଦୁଇ ମାସ । ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ସେ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିିଛି । ଏଭଳି ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ସମ୍ବଲପୁର ଗସ୍ତ ସୂଚୀ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି ।

ଲୋକସଭା ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଦୁଇ ମାସ । ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ସେ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିିଛି । ଏଭଳି ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ସମ୍ବଲପୁର ଗସ୍ତ ସୂଚୀ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ପାରନ୍ତି । ଏହି ଆଲୋଚନା ଭିତରେ ପ୍ରଣବଙ୍କ ମାରଥାନ ଗସ୍ତ ସୂଚୀ, ସମ୍ବଲପୁର ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି । କାରଣ ସମ୍ବଲପୁରରୁ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଥିବାବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗସ୍ତ ସୂଚୀକୁ ଦେଖି, ରାଜନୈତିକ ସମୀକ୍ଷକ ଭିନ୍ନ ଆକଳନ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଆଗାମି ନିର୍ବାଚନରେ ବଡ ରାଜନୈତିକ ଲଢ଼େଇ ହୋଇପାରେ ।

ସୂଚନା ଅନୁସାରେ ପ୍ରଣବ ୫ରୁ ୧୨ ତାରିଖ ମଧ୍ୟରେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରଖିଛନ୍ତି । ପ୍ରଣବଙ୍କ କାର୍ଯ୍ୟକ୍ରମକୁ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନଥିିଲେ ବି ବଡ ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

କିଛି ଦିନ ହେଲା ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ସଂଗଠନକୁ ସୁଦୃଢ଼ କରିବା ସହ, ଲୋକସମ୍ପର୍କ ବଢ଼ାଉଛନ୍ତି । ଧର୍ମେନ୍ଦ୍ରଙ୍କ ଏହି ପ୍ରସ୍ତୁତି ଭିତରେ ପ୍ରଣବଙ୍କ ମାରାଥନ କାର୍ଯ୍ୟକ୍ରମ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।