ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌ : ପୁରୀ ଓ ଭୁବନେଶ୍ୱରରୁ ଚଳାଚଳ କରିବ ୮ଟି ଟ୍ରେନ୍‌

492

କନକ ବ୍ୟୁରୋ : ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରୁ କେତେକ ଟ୍ରେନ୍‌ ଛାଡ଼ିବାକୁ ଥିବା ବେ‌ଳେ ଆଉ କିଛି ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟ ଦେଇ ଯିବ। ପୁରୀ ଓ ଭୁବନେଶ୍ବରରୁ ୮ଟି ଟ୍ରେନ୍‌ ଚଳାଚଳ କରିବାକୁ ଥିବା ବେଳେ ବିଶାଖାପାଟଣାରୁ ୭ଟି ଓ ସମ୍ବଲପୁରରୁ ୩ଟି ଟ୍ରେନ୍‌ ଚଳାଚଳ କରିବ। ଏହାବ୍ୟତୀତ ୮ଟି ଟ୍ରେନ୍‌ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି ।

ବିଶାଖାପାଟଣାରୁ ନିଜାମୁଦ୍ଦିନ୍‌, ଚେନ୍ନାଇ, ଏଲ୍‌ଟିଟି, ଗାନ୍ଧିଧାମ, କୁଡ଼ାପ୍ପାକୁ ‌ସ୍ବତନ୍ତ୍ର ଟ୍ରେନ୍‌ ସହ ବିଶାଖାପାଟଣା-ବିଜୟୱାଡା ଡବଲ୍‌ ଡେକ୍‌ର ସ୍ପେସାଲ ଟ୍ରେନ୍‌ ଚାଲିବ । ସେହିପରି ପୁରୀରୁ ପାଟଣା, ହାୱଡା, ଜୟନଗର, ସୁରତ, ଏଲ୍‌ଟିଟି, ଚେନ୍ନାଇ, ବଡବିଲ୍‌ ଓ ପାରାଦୀପ, ଭୁବନେଶ୍ବରରୁ ନୂଆଦିଲ୍ଲୀ, ଏଲ୍‌ଟିଟି, ତିରୁପତି, ଚେନ୍ନାଇ, ବେଙ୍ଗାଲୁରୁ, ବାଙ୍ଗିରିପୋଷି, ପୁଡୁଚେରୀ ଓ ରାମେଶ୍ବରମ୍‌, ସମ୍ବଲପୁରରୁ ହାୱଡା, ପୁରୀ ଓ ମଣ୍ଡୁଆଢ଼ିକୁ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ ।