ରାଜ୍ୟରେ ଦିନକୁ ହେବ ୨୦ ହଜାର ପରୀକ୍ଷଣ : ଆଇଏଲଏସ ନିର୍ଦ୍ଦେଶକ କହିଲେ, ଗଂଜାମ , ଖୋର୍ଧା , କଟକ ଓ ଯାଜପୁରରେ ସ୍ଥିତି ସ୍ଥିର; ଅଗଷ୍ଟରେ କମିପାରେ ସଂକ୍ରମଣ

272

କନକ ବ୍ୟୁରୋ  : ରାଜ୍ୟରେ ପରୀକ୍ଷଣ ବଢିବା ନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଦୈନିକ ୧୨ ହଜାର ବଦଳରେ ଆଗକୁ ଦୈନିକ ୨୦ ହଜାର ନମୂନା ପରୀକ୍ଷଣ କରାଯିବ । ୮ ହଜାର ଆର୍ଟିଫିସିଆଲ୍ ଏବଂ ବାକି ଆଂଟିଜେନ୍ ଓ ଟ୍ରୁନେଟ୍ ପରୀକ୍ଷା ହେବ । ବର୍ତମାନ ଆଂଟିଜେନ୍ କିଟ୍ ର ଅଭାବ ନାହିଁ । ବହୁ କଂପାନୀ ଏହାକୁ ତିଆରି କରୁଛନ୍ତି । ତାଲାବନ୍ଦ ସମୟରେ ଅଧିକ ରୋଗୀଙ୍କୁ ଚିହ୍ନଟ କରି ସଂଗରୋଧରେ ରଖା ଯାଇପାରିଲେ ଆଗକୁ କରୋନା ନିୟନ୍ତ୍ରଣ ହୋଇପାରିବ ।

ଏବେ ଗଂଜାମ , ଖୋର୍ଧା , କଟକ ଓ ଯାଜପୁରରେ ସ୍ଥିତି ସ୍ଥିର ରହିଛି । ଅଗଷ୍ଟରେ ଏହି କରୋନା ସ୍ଥିତି ହ୍ରାସ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ବର୍ତମାନ ରାଜ୍ୟରେ ଲୋକାଲ ଟ୍ରାନ୍ସମିଶନ ହୋଇନାହିଁ । ଆଗକୁ ସରକାର ଚାହିଁଲେ ଘରୋଇ ଡାକ୍ତରଖାନାରେ କରୋନା ପରୀକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।