ଫିଲିପାଇନ୍ସର ୧୧ ବର୍ଷର ଜଣେ ଆଥଲେଟଙ୍କ ସଫଳତା ଏବେସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଆଥଲେଟ୍ ଜଣକ ପାଦରେ ଜୋତା ନପିନ୍ଧି ବ୍ୟାଣ୍ଡେଜ୍ ବାନ୍ଧି ଗୋଲ୍ଡ ମେଡାଲ ଜିତିଛନ୍ତି । ଫିଲିପାଇନ୍ସର ଇଲୋଇଲୋ ଅଞ୍ଚଳର ଏକ ସ୍କୁଲରେ ଇଣ୍ଟର ସ୍କୁଲ ଆଥଲେଟିକ୍ ମିଟ୍ ଆୟୋଜନ କରାଯାଇଥିଲା । ଏଥିରେ ୧୧ ବର୍ଷୀର ରିୟା ବୁଲୋସ ବିନା ଜୋତାରେ ୪୦୦ ମିଟର, ୮୦୦ ମିଟର ଓ ୧୫୦୦ ମିଟର ରେସରେ ଭାଗ ନେଇଥିଲେ । ୩ଟି କାଟାଗୋରୀରେ ସେ ସ୍ୱର୍ଣ୍ଣ ପଦକଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ରିୟାଙ୍କ ସଫଳତାକୁ ଇଲୋଇଲୋ ସ୍ପୋର୍ଟସ୍ କାଉନସିଲ୍ ମିଟର କୋଚ୍ ଫେଡରିକ୍ ବି ଭେଲେନଜୁଏଲା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ରିୟା ଜୋତା ପିନ୍ଧି ନାହାନ୍ତି ।ଜୋତା ସ୍ଥାନରେ ପାଦରେ ବ୍ୟାଣ୍ଡେଜ୍ ବାନ୍ଧିଥିବାର ଦେଖିବାକୁ ମିଳୁଛି ।

Advertisment

କୋଚଙ୍କ କହିବା କଥା, ରିୟାଙ୍କ ପାଖରେ ଜୋତା କିଣିବାର ଟଙ୍କା ନଥିଲା, ତେଣୁ ପାଦରେ ବ୍ୟାଣ୍ଡେଜ୍ ବାନ୍ଧି ଏଥିରେ NIKE ଲେଖିଥିଲେ । କୋଚ୍ ଫେଡରିକ୍ ବି ଭେନେଜୁଏଲାଙ୍କ ପୋଷ୍ଟ ଭାଇରାଲ ହେବା ନେଇ ଶତାଧିକ ୟୁଜର୍ସ ରିୟାଙ୍କୁ ନୂଆ ଜୋତା ଅଫର କରିଛନ୍ତି । ଜଣେ ୟୁଜର ଫଟୋ ସେୟାର କରି NIKEକୁ ଝିଅଟିର ସାହାଯ୍ୟ କରିବାକୁ କହିଛନ୍ତି । ଏହାପରେ ଜଣେ ବାସ୍କେଟବଲ୍ ଷ୍ଟୋରର ମାଲିକ୍ ଟ୍ବିଟର ୟୁଜର୍ସଙ୍କୁ ଆଥଲେଟ୍ ରିୟାଙ୍କ ଫୋନ ନମ୍ବର ମାଗିଥିଲେ ଓ ଏହାପରେ ରିୟାଙ୍କୁ ସାହାଯ୍ୟ କରିଥିଲେ । ରିୟାଙ୍କର ଫଟୋ ଟ୍ବିଟର ଓ ଇନଷ୍ଟାଗ୍ରାମ ସହିତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହଜାର ହଜାର ଥର ସେୟାର କରାଯାଇଛି। ୟୁଜରମାନେ ରିୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

publive-image