ଦେଶରେ ୨୪ ଘଂଟାରେ ୧୦୫୯ ମୃତ : ୬୭ ହଜାର ୧୫୧ ନୂଆ ଆକ୍ରାନ୍ତ; ୩୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

466
କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ମିଟର । ୨୪ଘଂଟା ଭିତରେ ୬୭ହଜାର୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୁଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୩୨ଲକ୍ଷ ପାର କରିଛି କରୋନା ଅଂକ୍ରମିତଙ୍କ ସଂଖ୍ୟା । ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨ଲକ୍ଷ ୩୪ହଜାର ୪୭୫ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୭ଲକ୍ଷ ୭ହଜାର ୨୬୭ଟି ସକ୍ରିୟ ମାମଲା ରହିଛି । ୨୪ଲକ୍ଷ ୬୭ହଜାର ୭୫୯ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୪ଘଂଟା ଭିତରେ ଏକ ହଜାର ୫୯ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।