ସୌମ୍ୟଙ୍କୁ ଦଳରୁ କାଢିବା ପାଇଁ ପୂର୍ବରୁ ହୋଇ ସାରିଥିଲା ପ୍ଲାନ୍: ଯାହାର ଇସାରା ମିଳିଥିଲା ସେପ୍ଟେମ୍ବର ୧୨ ତାରିଖରେ

491

କନକ ବ୍ୟୁରୋ: ସୌମ୍ୟଙ୍କୁ ଦଳରୁ କାଢିବା ପାଇଁ ପୂର୍ବରୁ ହୋଇ ସାରିଥିଲା ପ୍ଲାନ୍ । ଯାହାର ଇସାରା ମିଳିଥିଲା ସେପ୍ଟେମ୍ବର ୧୨ ତାରିଖରେ । ଯେଉଁଦିନ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ହଟାଇ ଦିଆଯାଇଥିଲା । ଆଉ ସେହିଦିନ ସନ୍ଧ୍ୟାରେ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଥିଲେ, ସୌମ୍ୟ ବାବୁ ସୁଧୁରି ଯାଆନ୍ତୁ । ନହେଲେ ଆଗକୁ ଆହୁରି କଠୋର ନିଷ୍ପତି ନିଆଯିବ । କହିବାକୁ ଗଲେ ପରୋକ୍ଷରେ ଧମକ ଦେଇଥିଲେ । ଯାହା ଆଜି ସତ ହୋଇଛି ।