କେବେ ଆସିନପାରେ କରୋନା ଭ୍ୟାକ୍ସିନ୍? ମତ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର ଡେଭିଡ୍ ନାବା: ଏବେ ବିଶ୍ୱରେ ଶହେରୁ ଅଧିକ ଭ୍ୟାକ୍ସିନ କ୍ଲିନିକ୍ସରେ ରହିଛି ପରୀକ୍ଷାମୂଳକ ଅବସ୍ଥାରେ

2,990

କନକ ବ୍ୟୁରୋ: କରୋନୂ ଭୂତାଣୁ ମୁକାବିଲା ପାଇଁ ଭାକସିନ୍ କୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଏପରି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ଡବ୍ଲୁଏଚଓ ର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର ଡେଭିଡ୍ ନାବାରେ କହିଛନ୍ତି କରୋନା ଭୂତାଣୁ ମୁକାବିଲା ପାଇଁ କେବେ ବି ଆସିନପାରେ କୋଭିଡ୍ ୧୯ ଭାକସିନ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ନିର୍ଦ୍ଦିଷ୍ଟ ଭୂତାଣୁର ଗବେଷଣା ଟିମର ମୁଖ୍ୟଙ୍କ ମତରେ କୋଭିଡ୍ ୧୯ ଭୂତାଣୁ ବିରୋଧରେ କୌଣସି ଭାକସିନ୍ ବାହାରି ନପାରେ । କାରଣ ଏବେ ସାରାବିଶ୍ୱରେ ୧୦୦ରୁ ଅଧିକ ଭାକସିନ୍ କ୍ଲିନିକ୍ ଗୁଡିକରେ ପରୀକ୍ଷାମୂଳକ ଅବସ୍ଥାରେ ରହିଛି । କିଛି ଭାକସିନକୁ ମନୁଷ୍ୟ ଶରୀରରେ ପରୀକ୍ଷା ବି କରାଯାଇଛି ।

ଏପରି ଅବସ୍ଥାରେ ବିଶ୍ୱର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖି କହିଛନ୍ତି , ଯେପରି ଏଚଆଇଭି ଓ ଡେଙ୍ଗୁ ବିରୋଧରେ ବର୍ଷ ବର୍ଷ ଧରି ଗବେଷଣା ପରେ ବି କୌଣସି ନିର୍ଦ୍ଦିଷ୍ଟ ଭାକସିନ୍ ବାହାରି ପାରିନି, ସେହିପରି କୋଭିଡ୍ ୧୯ ଭୂତାଣୁ ଉପଚାର ପାଇଁ ବି କୌଣସି ଭାକସିନ୍ ବାହାରି ନପାରେ । କିଛି ଭୂତାଣୁ ବିରୋଧରେ ବିଶ୍ୱରେ ଏବେ ବି ଭାକସିନ୍ ବାହାରି ପାରିନି । ଏହା ବିରୋଧରେ ତେଣୁ ଆଗକୁ ବି କୌଣସି ସଫଳ ଭାକସିନ୍ ବାହାରି ପାରିବ ସେ ନେଇ କିଛି ସ୍ପଷ୍ଟ କରି କହିହେବନି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୍ ୧୯ ସ୍ପେଶାଲ ଏନଭୟ ଡକ୍ଟର ଡେଭିଡ୍ ନାବାରୋ ଏପରି ମତ ରଖିଛନ୍ତି । ଗତ ୪ ଦଶନ୍ଧୀରେ ବିଶ୍ୱରେ ଏଚଆଇଭିରେ ୩୨ ମିଲିୟନ ଲୋକଙ୍କ ଜୀବନ ଗଲାଣି ।

ସାରାବିଶ୍ୱ ଏବେ ବି ଏଚଆଇଭି ରୋକିବା ଭାକସିନ୍କୁ ଅପେକ୍ଷା କରି ରହିଛି । ସମାନ ଅବସ୍ଥା ଡେଙ୍ଗୁ କ୍ଷେତ୍ରରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏବେ ବି ବାର୍ଷିକ ପ୍ରାୟ ୪ ଲକ୍ଷ ଲୋକ ଡେଙ୍ଗୁର ଶିକାର ହେଉଛନ୍ତି । ଏହି ରୋଗ ଆସିବାର ଦଶନ୍ଧୀ ପରେ ବି ବୈ÷ଜ୍ଞାନିକ ଏହାକୁ ରୋକିବାକୁ ଭାକସିନ୍ ଖୋଜିବାରେ ଲାଗିଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ବର୍ତମାନ ବିଶ୍ୱରେ ୧୦୨ ଜଣ ଭାକସିନ୍ ପ୍ରସ୍ତୁତ କରୁଛନ୍ତି । ଏହା ମଧ୍ୟରୁ ମାତ୍ର ୮ଟିକୁ ମନୁଷ୍ୟ ଦେହରେ ବ୍ୟବହାର କରାଯାଇଛି । ଏହା ପରୀକ୍ଷଣ ଅବସ୍ଥାରେ ରହିଛି । ତେଣୁ ଏହା ଯଦି ସଫଳ ହୁଏ ତେବେ ମାନବ ସମାଜ ବଡ ଧରଣର ଉପକୃତ ହେବ ।