ପଞ୍ଜାବରେ ହୋଇପାରେ ଗ୍ୟାଙ୍ଗୱାର। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଅଶାନ୍ତ ପଞ୍ଜାବ।

203

କନକ ବ୍ୟୁରୋ: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ବଡ ଖବର ଆସୁଛି । ହତ୍ୟାକାଣ୍ଡରେ ୬ରୁ ୭ଜଣ ଅପରାଧୀ ଘଟଣାସ୍ଥଳରେ ସିଦ୍ଧୁଙ୍କ ଉପରେ ଫାୟରିଂ କରିଥିଲେ ଓ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଚିହ୍ନଟ କରାଯାଇଥିବା କହିଛି ପଞ୍ଜାବ ପୁଲିସ ଏସଆଇଟି ଟିମ୍ । ମାନସାର ଏସଏସପି ଗୌରବ ତୁରାଙ୍କ ସୂଚନା ଅନୁସାରେ ମାମଲାର ଜୋରଦାର ଛାନଭିନ ଚାଲିଛି ଓ ପଞ୍ଜାବ ପୁଲିସ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନେଇ ଯାଂଚ ପ୍ରକିୟାକୁ ତ୍ୱରାନିତ୍ୱ କରୁଛି । ସେପଟେ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ଗୋଲଡି ବରାର ଉପରେ ଖୁବ ଶିଘ୍ର ରେଡ କର୍ଣ୍ଣର ନୋଟିସ ଲଗାଯିବ ବୋଲି ଜଣାପଡିଛି ।
ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାକୁ ନେଇ ଅସ୍ଥିର ହୋଇପଡିଛି ପୂରା ପଞ୍ଜାବ । ହତ୍ୟାକାଣ୍ଡ ଘଟଣା ପରେ ରାଜ୍ୟରେ ବଡ ଧରଣର ଗ୍ୟାଙ୍ଗୱାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟର ଅନ୍ୟତମ ନାଁକରା ଗ୍ୟାଙ୍ଗଷ୍ଟର ନୀରଜ ବୱାନର ଧମକ ଏହି ଆଶଙ୍କାକୁ ଅଧିକ ଘନୀଭୂତ କରିଛି । ୨ଦିନ ମଧ୍ୟରେ ସିଦ୍ଧୁ ମୁସେୱାଲା ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଗ୍ୟାଙ୍ଗଷ୍ଟର ଖୁଲମଖୁଲ୍ଲା ଧମକ ଦେଇି । ବର୍ତମାନ ତିହାଡ ଜେଲରେ ରହି ଗ୍ୟାଙ୍ଗ ଚଳାଉଛି ମୁଖ୍ୟ ନୀରଜ । ପଞ୍ଜାବ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଏହି ଗ୍ୟାଙ୍ଗର ଚେର ଲମ୍ବିଛି ।