କମିପାରେ କୋଭିସିଲ୍ଡ ଟିକା ମଧ୍ୟରେ ସମୟ ବ୍ୟବଧାନ । କୋଭିସିଲ୍ଡ ଟିକା ମଧ୍ୟରେ ଗ୍ୟାପ କମାଇବା ନେଇ ବିଚାର କରୁଛନ୍ତି କେନ୍ଦ୍ର ସରକାର

290

କନକ ବ୍ୟୁରୋ: କୋଭିସିଲ୍ଡର ଦୁଇଟି ଡୋଜ୍ ଟିକା ମଧ୍ୟରେ କମିବ ସମୟ ବ୍ୟବଧାନ । ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ପାଇଁ ଧାର୍ଯ୍ୟ ହୋଇଥିବା ୮୪ ଦିନର ସମୟ ବ୍ୟବଧାନ କମିବ ବୋଲି ସୂଚନା ମିଳିଛି । ଏଏନ୍ଆଇର ଏକ ରିପୋର୍ଟ ଅନୁସାରେ କୋଭିସିଲ୍ଡର ଦୁଇଟି ଟିକା ମଧ୍ୟରେ ବ୍ୟବଧାନ କମାଇବା ପାଇଁ ନ୍ୟାସନାଲ ଟେକ୍ନିକାଲ ଆଡବାଇଜରି ଗ୍ରୁପ୍ ଅଫ ଇମୁନାଇଜେସନ୍ ବିଚାର କରୁଛି । ଦୁଇଟି ଟିକା ମଧ୍ୟରେ ୧୨- ୧୬ ସପ୍ତାହ ଗ୍ୟାପ ରହିଥିବାବେଳେ, ଏହି ବ୍ୟବଧାନକୁ କମାଇ ୪-୬ ସପ୍ତାହ ରଖିବା ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର ।