ଓଆରଏଚଡିସି ମାମଲାରେ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ୍: ବାପାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା

1,624

କନକ ବ୍ୟୁରୋ: ବାପାଙ୍କ ଜାଗାରେ ଝିଅଙ୍କୁ ପ୍ରାର୍ଥୀ କରିବ କି କଂଗ୍ରେସ । ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ରହିତାଦେଶ କାଏମ ରହିବା ପରେ ନିର୍ବାଚନ ଲଢ଼ିପାରିବେ ନାହିଁ ମୋକିମ୍ । ଯଦି ମୋକିମ ନିର୍ବାଚନ ନଲଢ଼ନ୍ତି, ତାହେଲେ ତାଙ୍କ ସ୍ଥାନରେ କିଏ ଲଢ଼ିବେ, ତାକୁ ନେଇ ଚର୍ଚ୍ଚା ଭିତରେ ମୋକିମଙ୍କ ଝିଅକୁ ନେଇ ଆଲୋଚନା ହୋଇଛି । ବାପାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରନ୍ତି । ସୋଫିଆ ଜଣେ ଯୁବ ମହିଳା ଉଦ୍ୟୋଗୀ । ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ପାଇଛନ୍ତି । ବର୍ତମାନ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶିକା ଅଛନ୍ତି । ଆଗକୁ ସୋଫିଆଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିପାରେ କଂଗ୍ରେସ । ବାରବାଟୀ-କଟକ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ମୋକିମଙ୍କୁ ନେଇ ଆସନ ଝୁଲାଇ ରଖିଥିବା କଂଗ୍ରେସ ସୋଫିଆଙ୍କ ନାଁରେ ମୋହର ମାରିପାରେ ବୋଲି ଚର୍ଚ୍ଚା ହେଉଛି ।