ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ନାହିଁ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

180

କନକ ବ୍ୟୁରୋ : ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । ଉପର ମହାନଦୀର ଚମ୍ପା ଓ ଘୋରାରୀ ୨ଟି ସ୍ଥାନକୁ ଛାଡିଦେଲେ ଅଧିକ ବର୍ଷା ନାହିଁ । ଉପର ବ୍ରାହ୍ମଣୀରେ ବର୍ଷା ଅଧିକ ନାହିଁ, ତଳ ବ୍ରହ୍ମଣୀରେ ୧୦୦ ମିଲିମିଟରରୁ ୨୯୩ ମିଲିମିଟର ମିଲିମିଟର ବର୍ଷା ହୋଇଛି। ବୈତରଣୀ ହେଭି ବର୍ଷା ହୋଇଛି । ବଂଶଧରରେ ବର୍ଷା ନାହିଁ । ମହାନଦୀ ନରାଜ ୨୬.୪ ମିଟର ବିପଦ ସଂକେତ ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି । ପାନପୋଷ ୫ ମିଟର ତଳେ ରହିଛି ଜଳସ୍ତର । ଜେନାପୁର ରେ ବିପଦ ସଂକେତ ତଳେ ରହିଛି । ବୈତରଣୀ ଆଖୁଆପଦାଠାରେ ବିପଡଦସଙ୍କେତ ଉପରେ ରହିଛି । ଅଧିକ ବର୍ଷା ଉପର ମୁଣ୍ଡରେ ନଥିବାରୁ କମିଛି ।

ଜଳକାରେ ବିପଦ ସଂକେତର ୧ ମିଟର ଉପରେ ରହିଛି ଜଳସ୍ତର । ଅଫିସର ସଜାଗ ଅଛନ୍ତି । ମହାନଦୀ ରେ ଦିନ ୧୨ ସୁଦ୍ଧା ବରମୂଳ ଠାରେ ୪ ଲକ୍ଷ ୩୬କ୍ୟୁସେକ ,ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କ୍ୟୁସେକ ଜଳ ପାସ କରୁଛି । ଖାଇରମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପାସ କରୁଛି। ମୋଟ ୪୪ ଟି ମାଧ୍ୟମ ଜଳଭଣ୍ଡାରରୁ ୧୧ ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ଅଛି ରହିଛି ସେ ସାବୁଥିରେ ଗେଟ ଖୋଲା ରହିଛି । ୨୨ଟି ଜଳ ଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଅଛି ।ହୀରାକୁଦରେ ୮୫-୮୬ ପ୍ରତିଶତ ଜଳ ଅଛି । ୬୨୬.୫ ମିଟର ଜଳ ରହିଛି ।

୨ ଲକ୍ଷ କ୍ୟୁସେକ ଜଳ ପଶିବ ବୋଲି ଆକଳନ । ବର୍ତ୍ତମାନ ୧ ଲକ୍ଷ ୯୫ ହଜାର ପଶୁଛି । ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସନ୍ଧ୍ୟା ସୁଦ୍ଧା ୬ ଗେଟ ଖୋଲିବ।ଉପର ମୁଣ୍ଡରେ ପଶିଲେ ନିୟନ୍ତ୍ରଣ କରାଯିବ । ୩-ସାଢ଼େ ୩ ଭିତରେ ସାଇରଣ ଦେଇ ୫ ଟା ପୂର୍ବରୁ ଖୋଲାଯିବ । ରେଙ୍ଗାଲିରେ ୧୨୨ ମିଟର ରହିଛି।ଯାହାକି ଜଳଧାରଣ ରେ ୮୫ ପ୍ରତିଶତ ଅଛି। କେନାଲ ଓ ଡ୍ରେନ ରେ ପାଣି ଜମୁଛି ଲୋକାଲ ବର୍ଷା ପାଇଁ।ପ୍ୟାଟ୍ରୋଲିଂ ଚାଲିଛି । ବର୍ତ୍ତମାନ କୋୖଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ବର୍ଷା ଜୋଗୁଁ କିଛି ସ୍ଥାନରେ ଫ୍ଲାସ ଫ୍ଲାଡ଼ ହୋଇପାରେ ।