କନକ ବ୍ୟୁରୋ: ଆଧୁନିକ ଯୁଗରେ ଏଲୋପାଥିକ୍ ଓ ହୋମିଓପାଥିକ୍ ମେଡ଼ିସିନ୍ ବହୁଳ ବ୍ୟବହାର ହେଉଥିଲେ ବି କମିନି ଜଡ଼ିବୁଟି ଔଷଧର ଚାହିଦା । ହରିଡ଼ା, ଅଁଳା, ବାହାଡ଼ା, ଭୂଇଁ କଖାରୁ ଭଳି ସାମଗ୍ରୀରୁ ବିଭିନ୍ନ ପ୍ରକାରର ଉପକାରୀ ଆୟୁର୍ବେଦିକ୍ ଔଷଧ ପ୍ରସ୍ତୁତ କରୁଛନ୍ତି ଡାକ୍ତର । କଲିକତା, ରାୟପୁର ଓ ବିଶାଖପାଟଣା ଭଳି ବାହାର ରାଜ୍ୟକୁ ଯାଉଛି କଟକରେ ତିଆରି ହେଉଥିବା ଜଡିବୁଟି ଔଷଧ । ୧୯୪୨ ମସିହାରୁ ପ୍ରସ୍ତୁତ ହେଉଥିବା ଏହି ଜଡିବୁଟି କାରଖାନାରେ ଏବେ ୨୦ଜଣ ନିୟମିତ କାର୍ଯ୍ୟ କରୁଛନ୍ତି । ଗ୍ୟାସ୍ ବଦହଜମୀ, କୋଷ୍ଠକାଠିନ୍ୟ ଓ ବୟସ୍କ ଲୋକଙ୍କ ଆଣ୍ଠୁଗଣ୍ଠି ସମସ୍ୟା ଭଳି ବିଭିନ୍ନ ପ୍ରକାରର ରୋଗ ପାଇଁ ପ୍ରାୟ ୭୦ ବର୍ଷ ହେଲା ଔଷଧ ତିଆରି କରିଆସୁଛି ଓଡ଼ିଶା ଆୟୁର୍ବେଦ ଭବନ ।

Advertisment

ପୂର୍ବରୁ ଆୟୁର୍ବେଦିକ୍ ମେଡ଼ିସିନ୍ ଉପରେ ପ୍ରାୟ ସମସ୍ତେ ନିର୍ଭର କରୁଥିଲେ । ଏଥିରୁ ଲୋକଙ୍କୁ ଉପଶମ ମଧ୍ୟ ମିଳିଥାଏ । କିନ୍ତୁ ସମୟ ବଦଳିବା ସହ ଅତିଶିଘ୍ର ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାୟ ସମସ୍ତେ ଏଲୋପାଥିକ୍ ମେଡ଼ିସିନ୍ ଉପରେ ନିର୍ଭର କରୁଛନ୍ତି । ତଥାପି ଏହି ସବୁ ମେଡ଼ିସିନ୍ ଉପରେ ଏବେ ବି ଲୋକେ ନିର୍ଭର କରୁଛନ୍ତି ।