ପାନୀୟ ଜଳ ପାଇଁ ଡ଼ହଳବିକଳ ଲୋକ । ୧୦୦ ପରିବାର ପାଇଁ ଗାଁରେ ଅଛି ମାତ୍ର ଗୋଟିଏ ନଳକୂପ ।

108

କନକ ବ୍ୟୁରୋ: କୋରାପୁଟ ନନ୍ଦପୁର ବ୍ଲକ ଗୁଡ଼ା ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ଡ଼ହଳବିକଳ ହେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ରହୁଥିବାରୁ ରାଜ୍ୟ ସରକାରଙ୍କ ସୁବିଧା ଯୋଗାଇବାରେ ଫେଲ ମାରିଛି । ଏହି ଝାଙ୍କରଗୁଡ଼ା ଗାଁରେ ୧୦୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ପାନୀୟ ଜଳ ପାଇଁ ଦୁଇଟି ନଳକୂପ ରହିଥିଲେ ମଧ୍ୟ ଗୋଟିଏ ସମ୍ପୂର୍ଣ୍ଣ ଅଚଳାବସ୍ଥା ହୋଇଯାଇଛି । ଅନ୍ୟ ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ବ୍ୟବହାର କରୁନାହାନ୍ତି । ପାନୀୟ ଜଳ ପାଇଁ ବର୍ଷ ବର୍ଷ ଧରି ଗାଁ ଠାରୁ ଅଧ କିଲୋମିଟର ଦୂରରେ ଥିବା ଏକ ମଶାଣୀ ଚୁଆରୁ ଜଳ ସଂଗ୍ରହ କରିବାକୁ ପଡୁଛି । ଚୁଆଟି ମଶାଣୀ ବିଲ ମଧ୍ୟରେ ଥିବାରୁ ସେଠାରେ ସାପ, ବେଙ୍ଗ ରହୁଥିବା ବେଳେ ଅନେକ ସମୟରେ ବିଭିନ୍ନ କୀଟପତଙ୍ଗ ମରି ସେଠାରେ ପଡ଼ି ରହିଥାନ୍ତି । ଖରା ବର୍ଷା ହେଲେ ମଧ୍ୟ ଚୁଆ କୁ ସଫା କରି ଲୋକେ ପାଣି ନେଉଛନ୍ତି । ମଶାଣୀ ଛୁଆର ଦୂଷିତ ଜଳ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ସମ୍ପର୍କ ରେ ସରପଂଚ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଦୁଃଖର ସହ ଅଭିଯୋଗ କରିଛନ୍ତି ।