କୌଣସି ଭୁଲର ନାହିଁ କ୍ଷମା । ଦେଖାଯିବ ନାହିଁ ଅନୁକମ୍ପା : ସେନା ମୁଖ୍ୟ

367

କନକ ବ୍ୟୁରୋ : ଭୁଲର କ୍ଷମା ନାହିଁ । କୌଣସି ପ୍ରକାର ଅନକମ୍ପା ଦେଖାଯିବ ନାହିଁ । ଏଭଳି କଡା କଥା କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ । ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହୋଇଥିବା ସୋପିଆଁ ଏନକାଉଁଟରକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସେନେଇ ପ୍ରତିକ୍ରିୟା ରଖି ଏଭଳି ମତ ରଖିଛନ୍ତି ସେନା ମୁଖ୍ୟ । ଏହି ଅପରେସନରେ ସେନା ତାଙ୍କର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଏହି ଅପରେସନରେ ୩ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ସେମାନେ କେହି ମଧ୍ୟ ଆତଙ୍କି ଲିଙ୍କରେ ନଥିବା ପରିବାର ଲୋକ ଜାବି କରିବା ସହ ଅଭିଯୋଗ କରଥିଲେ ।

ଏନେଇ ସେନା ପକ୍ଷରୁ ମଧ୍ୟ କୋର୍ଟ ଅଫ୍ ଇନକ୍ୱାରିରେ ଯବାନଙ୍କ ତ୍ରୁଟି ଥିବା ଜଣାପଡିଛି । ଜିରୋ ଟଳରେନ୍ସ ନୀତିରେ ମାମଲାର ବିଚାର ହେବ ବୋଲି ସ୍ପଷ୍ଟ ଭାବେ ଶୁଣାଇଛନ୍ତି ଜେନେରାଲ ନରବଣେ । ଭାରତୀୟ ସେନା ନିଜର ପେଶାଦାର ମନୋଭାବ ପାଇଁ ସାରା ବିଶ୍ୱରେ ପରିଚିତ ଥିବା ବେଳେ ଏଭଳି ଅବହେଳାକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ତଦନ୍ତ ବେଳେ ପ୍ରମାଣ ଏକାଠି କରାଯାଇଛି ।

ଏହି ଅପରେସନରେ ପ୍ରାଣ ହରାଇଥିବା ତିନି ଜଣ ହେଲେ ରାଜୌରୀର ଇମତିଆଜ୍ ଅହମ୍ଦ, ଅବରାର ଅହମଦ ଓ ମହମ୍ମଦ ଇବରାର । ସେମାନଙ୍କ ଡିଏନଏ ରିପୋର୍ଟ ଏଯାଏଁ ଆସି ନଥିବା ସୂଚନା ମିଳିଛି । ଅନ୍ୟପଟେ ପୁଲିସ ସେମାନଙ୍କ ଆତଙ୍କି ଲିଙ୍କ୍ ନେଇ ତନାଘନା ଜାରି ରଖିଛି । ସୋପିଆଁ ଅପରେସନ ନେଇ ପରିବାର ଲୋକ ବିରୋଧ କରିଥିଲେ ଏବଂ ସେନାକୁ ଦୋଷ ଦେଇଥିଲେ ।

Comments are closed.