କନକ ବ୍ୟୁରୋ: କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଚାରିଆଡ଼େ ଜଳବନ୍ଦୀ ସ୍ଥିତି ଦେଖାଦେଇଛି। ତେବେ କୋରାପୁଟ ଜିଲ୍ଲା ମୁଣ୍ଡିଗୁଡ଼ା ଗାଁରେ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ରାସ୍ତା ମିଳିନାହିଁ। ଫଳରେ ପାହାଡ଼ିଆ ରାସ୍ତାରେ ଭରା ନାଳରେ ମୃତଦେହକୁ ବୋହିନେଇଥିଲେ ମୃତକଙ୍କ ସମ୍ପର୍କୀୟ। ଗାଁ ଲୋକଙ୍କ ଏଭଳି ସମସ୍ୟା ଦିନେ କି ଦୁଇ ଦିନର ନୁହେଁ। ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ନିକଟରେ ଥିବା ପାହାଡ଼ରୁ ପାଣି ଗଡ଼ିକି ଆସି ପ୍ରତିବର୍ଷ ଏହି ନାଳ ପାଣିରେ ଭର୍ତି ହୋଇଯାଏ। ଆଉ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥାଏ। ଶ୍ମଶାନ ଘାଟ ପାଇଁ ରାସ୍ତାଟିଏ କରିବାକୁ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ବି ତାହା ଏପର୍ୟ୍ୟନ୍ତ ହୋଇପାରିନାହିଁ। ଫଳରେ ଲୋକମାନେ ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାସ ହୋଇଛି। ହେଲେ ଠିକାଦାର ରାସ୍ତାରେ କେବଳ ମୋରମ ପକାଇ କାମ ସାରିଦେଇଛି।୧୩ ଦିନ ହେଲା କୋରାପୁଟ ଜିଲ୍ଲାରେ ବର୍ଷା ଲାଗିରହିଛି। ଏସବୁ ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭି ଜଳବନ୍ଦୀ ସ୍ଥିତି ସାମ୍ନାକୁ ଆସିଛି।
ଲଗାଣ ବର୍ଷାରେ ବେହାଲ ସ୍ଥିତି: ଶ୍ମଶାନକୁ ଯିବାକୁ ନାହିଁ ରାସ୍ତା, ଜେଜେଙ୍କ ଅନ୍ତିମ ସଂସ୍କାର ପାଇଁ ଶବକୁ ଧରି ନାଳ ପାର ହେଲେ ସମ୍ପର୍କୀୟ
Advertisment
Follow Us