କନକ ବ୍ୟୁରୋ : ବର୍ଷା ନାହିଁ କି ନଦୀରେ ପାଣି ନାହିଁ । କିନ୍ତୁ ନଦୀବନ୍ଧ ଧସି ଯାଇଛି । ନଦୀ ବନ୍ଧରେ ପାଣି ମାଡ ହେଲେ ବନ୍ଧ ଧସିବାର ଖବର ଆଗରୁ ଆମେ ଦେଖିଛେ, ହେଲେ ପୁରୀ ଜିଲ୍ଲା ସତ୍ୟବାଦୀର କିଛି ଭିନ୍ନ ଘଟଣା ଘଟିଛି । ପାଣି ନଥାଇ ଭାର୍ଗବୀ ନଦୀର ଶାଖାନଦୀ ନୂଆନଈ ବନ୍ଧରେ ଦେଢ ଶହ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ୧୦ ଫୁଟ ତଳୁ ବନ୍ଧ ଦବି ଯାଇଛି ।
ଫଳରେ ନଦୀ ବନ୍ଧରେ ଶୁଖିଲା ଘାଇ ସୃଷ୍ଟି ହୋଇଛି । ବନ୍ଧ ନିର୍ମାଣ ଅତି ନିମ୍ନମାନର ହୋଇଥିବାରୁ ନଦୀବନ୍ଧ ଧସି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ନଦୀ ବନ୍ଧଗୁଡିକ ଠିର୍ ଭାବରେ ମରାମତି କରାଯାଉନଥିବାରୁ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ

Advertisment