ମହାନଦୀ ମଝିରେ ପାଣି କମ୍, ବାଲି ବେଶି । ଛତିଶଗଡରେ ବନ୍ଧ ନିର୍ମାଣ ପରେ ଓଡିଶାର ସ୍ଥିତି । ସାମ୍ନାକୁ ଆସିଲା ସାଙ୍ଘାତିକ ଚିତ୍ର ।

146

ନକ ବ୍ୟୁରୋ: ମହାନଦୀ ମଝିରେ ପାଣି କମ୍ ବାଲି ଅଧିକ । ଯୁଆଡେ ଚାହିଁଲେ ଖାଲି ବାଲି ଆଉ ବାଲି । ବିସ୍ତୀର୍ଣ୍ଣ ନଦୀ ଶଯ୍ୟାରେ ଟୋପେ ତ ପାଣିର ଦର୍ଶନ ମିଳୁନି ବରଂ ପାଣି ବଦଳରେ ଖାଲି ବାଲି ଆଉ ବାଲି । ମହାନଦୀ ଉପରେ ଛତିଶଗଡର ବନ୍ଧ ଓଡିଶାରେ କଣ ପ୍ରଭାବ ପକାଇଛି, ତା’ର ତାଜା ଚିତ୍ର ସାମ୍ନାକୁ ଆସିଛି  ।

ଏହି ଚିତ୍ର ହେଉଛି ଝାରସୁଗୁଡାର ଶୁଖାସୋଡା ଅଞ୍ଚଳର । ଛତିଶଗଡରେ କଲମା ବ୍ୟାରେଜ ବନ୍ଦ କରିବା ପରଠାରୁ ଓଡିଶାରେ ଏହାର ପ୍ରଭାବ ପଡିଛି  । ଝାରସୁଗଡାର ସୁଖାସୋଡା ଅଞ୍ଚଳରେ ମହାନଦୀ ଶୁଖିଯିବା ଫଳରେ ମତ୍ସ୍ୟଜୀବୀମାନେ ବେକାର ହୋଇପଡିଛନ୍ତି ।

ରବି ଫସଲ କରୁଥିବା ଚାଷୀ ବି ହାତ ବାନ୍ଧି ବସିଛି । କଲମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ ବନ୍ଦ କରିବା ପରେ ତଳମୁଣ୍ଡରେ ଓଡିଶା ପଟେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ବେଳେ ଛତିଶଗଡ ସରକାର ମହାନୀରେ ପାଣି ଅଟକାଇଥିବାରୁ ଏପ୍ରିଲ ଆରମ୍ଭରୁ ଓଡିଶାପଟେ ମହାନଦୀ ସୁଖିଗଲାଣି ।