କନକ ବ୍ୟୁରୋ: ମହାନଦୀ ମଝିରେ ପାଣି କମ୍ ବାଲି ଅଧିକ । ଯୁଆଡେ ଚାହିଁଲେ ଖାଲି ବାଲି ଆଉ ବାଲି । ବିସ୍ତୀର୍ଣ୍ଣ ନଦୀ ଶଯ୍ୟାରେ ଟୋପେ ତ ପାଣିର ଦର୍ଶନ ମିଳୁନି ବରଂ ପାଣି ବଦଳରେ ଖାଲି ବାଲି ଆଉ ବାଲି । ମହାନଦୀ ଉପରେ ଛତିଶଗଡର ବନ୍ଧ ଓଡିଶାରେ କଣ ପ୍ରଭାବ ପକାଇଛି, ତା’ର ତାଜା ଚିତ୍ର ସାମ୍ନାକୁ ଆସିଛି ।
ଏହି ଚିତ୍ର ହେଉଛି ଝାରସୁଗୁଡାର ଶୁଖାସୋଡା ଅଞ୍ଚଳର । ଛତିଶଗଡରେ କଲମା ବ୍ୟାରେଜ ବନ୍ଦ କରିବା ପରଠାରୁ ଓଡିଶାରେ ଏହାର ପ୍ରଭାବ ପଡିଛି । ଝାରସୁଗଡାର ସୁଖାସୋଡା ଅଞ୍ଚଳରେ ମହାନଦୀ ଶୁଖିଯିବା ଫଳରେ ମତ୍ସ୍ୟଜୀବୀମାନେ ବେକାର ହୋଇପଡିଛନ୍ତି ।
ରବି ଫସଲ କରୁଥିବା ଚାଷୀ ବି ହାତ ବାନ୍ଧି ବସିଛି । କଲମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ ବନ୍ଦ କରିବା ପରେ ତଳମୁଣ୍ଡରେ ଓଡିଶା ପଟେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ବେଳେ ଛତିଶଗଡ ସରକାର ମହାନୀରେ ପାଣି ଅଟକାଇଥିବାରୁ ଏପ୍ରିଲ ଆରମ୍ଭରୁ ଓଡିଶାପଟେ ମହାନଦୀ ସୁଖିଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/6-18.jpg)
/kanak/media/post_attachments/wp-content/uploads/2022/04/vlcsnap-2022-04-17-17h03m44s478.png)