ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅଟିଏ ହେଲେ ମନ୍ଦିର ତୋଳିବାକୁ କରିଥିଲେ ମାନସିକ

178

କନକ ବ୍ୟୁରୋ : ଝିଅ ବି ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ ନିହେଁ, ସମାଜରେ ପୁଅ ମାନଙ୍କ ଜେତିକି ଅଧିକାର ଅଛି ଝିଅ ମାନଙ୍କର ମଧ୍ୟ ସେତିକି ଅଧିକାର ଅଛି । ଝିଅ ମାନଙ୍କୁ ଅନେକ ସମୟରେ ହତାଦର କରାଯାଉଥିବା ବେଳେ ଝିଅ ପାଇଁ ମନ୍ଦୀର ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ବ୍ରାହ୍ମୁଣ ଦମ୍ପତି । ଦେଖନ୍ତୁ ଏହି ରିପୋର୍ଟ ।

ଝିଅ ହେଲେ ମନ୍ଦିର ତିଆରି କରିବି । ଆଉ ଝିଅ ଜନ୍ମ ହେଲା ପରେ ନିଜର ଉପାର୍ଜିତ ଅର୍ଥରେ ଗଣେଷଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି । କିଛି ଏମିତି ମାନସିକ ରଖିଥିଲେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଅଶ୍ୱିନୀ ପେସାରେ ଜଣେ ଇଞ୍ଜିନିୟର । ଅଶ୍ୱିନୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜନା ପଣ୍ଡାଙ୍କ ପ୍ରଥମେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଦ୍ୱିତୀୟ ସନ୍ତାନ ଝିଅ ପାଇଁ ଏହି ଦମ୍ପତି ଗଣେଶଙ୍କ ନିକଟରେ ମାନସିକ କରିଥିଲେ । ଝିଅ ହେଲେ ଗଣେଶ ମନ୍ଦିର ନିର୍ମାଣ କରିବେ ବୋଲି ମାନସିକ ରଖିଥିଲେ । ଆଉ ଝିଅ ଜନ୍ମହେବା ପରେ ଗ୍ରାମରେ ଗଣେଶଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଏହି ଦମ୍ପତି ।

ଅଶ୍ୱିନୀ କହିଛନ୍ତି ଯେ, ଝିଅମାନେ ବି କୌଣସି ଗୁଣରେ କମ୍ ନୁହଁନ୍ତି । ସେପଟେ ଅଶ୍ୱିନୀଙ୍କ ଏହି ମହତ କାମକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଗତ କିଛିଦିନ ତଳେ ଏହି ମନ୍ଦିରର ପ୍ରତିଷ୍ଠା କରାଯାଇଛି ।
ଆଜିର ଦିନରେ କନ୍ୟା ଭୃଣ ହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛି । ଅର୍ଥାତ୍ ଝିଅକୁ ଅଲୋଡ଼ା ଭାବି ଏଣେ ତେଣେ ଫୋପାଡ଼ି ଦେଉଛନ୍ତି । କିନ୍ତୁ ଅଶ୍ୱିନୀ ଏପରି ମହତ କାମ କରି ସମାଜ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।