ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ କରୋନା ଟିକାର ଅଭାବ ହେବନାହିଁ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକର୍ତ୍ତାମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଜଣାଇଲେ ଧନ୍ୟବାଦ ।

କନକ ବ୍ୟୁରୋ : କୋଭିଡ୍ ଟିକାର ଅଭାବ ନାହିଁ । ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ ଟିକାର ଅଭାବ ହେବନାହିଁ ।

ଓଡ଼ିଶାରେ କୋଭିଡ୍ ଟିକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଛନ୍ତି । ଟିକାର କୌଣସି ଅଭାବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଓଡ଼ିଶାରେ ଏଯାଏଁ ୩୪.୪୬ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଇଛି । ଆଉ ଏଥି ମଧ୍ୟରୁ ରାଜ୍ୟରେ ୨୩ ଲକ୍ଷ ଡୋଜ୍ ଟିକାକରଣ ହୋଇଛି । ତେବେ ମାର୍ଚ୍ଚ ୨୮ ତାରିଖରେ ଓଡ଼ିଶାକୁ ଆଉ ୫.୫ ଲକ୍ଷ ଟିକା ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe